ଆସନ୍ତା ୧୨ ଜୁନ୍ରୁ ୩୦ ସେପ୍ଟେମ୍ବର ଯାଏଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

Published By : Prameya-News7 Bureau | June 07, 2024 IST

ବାରିପଦା ୭।୬: ସବୁବର୍ଷ ଭଳି ଏବର୍ଷ ମଧ୍ୟ ମୌସୁମୀ ଆସିବା ସହିତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଆସନ୍ତା ଜୁନ୍ ୧୨ରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବର୍ଷା ଋତୁ ଲାଗି ଏହି ବନ୍ଦ ବଳବତ୍ତର ରହିବ । ବର୍ତ୍ତମାନ ପାଇଁ କେବଳ ଦୈନିକ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ ରହିବ । ଇକୋ ଟୁରିଜିମ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିଥିବା ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ବୋଲି କହିଛନ୍ତି ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି।

You Can Read :

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକରେ ଦେବେ ଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.