ବଲାଙ୍ଗୀର ୨୫।୮: ସନ୍ଦେହ ଘେରରେ ବଲାଙ୍ଗୀର ପୋଲିସର ଭୂମିକା । ଜେଲ୍ରେ ରେଡ଼ ସମୟରେ ସୁଶାନ୍ତ ଧଳସାମନ୍ତ ସେଲ୍ରୁ ମିଳିଲା ମୋବାଇଲ । ଦୁଇ ଦିନ ତଳେ ରେଡ଼ ସମୟରେ ମୋବାଇଲ ମିଳିଥିବା ନେଇ ସୂଚନା ଦେଇଛି ପୋଲିସ ।
ତେବେ ଗତ ୨୩ ତାରିଖରେ ଜେଲରେ ରେଡ୍ କରିଥିଲା ପୋଲିସ । ସେହି ଦିନ ସନ୍ଧ୍ୟା ସମୟରେ ଉତ୍ତରାଞ୍ଚଳ ଆଇଜି ବଲାଙ୍ଗୀର ଗସ୍ତରେ ଯାଇଥିଲେ । ଗତ ୨୩ ତାରିଖ ସକାଳେ ବଲାଙ୍ଗୀର ଏସ୍ପି ୨ ପ୍ଲାଟୁନ ଫୋର୍ସ ସହ ୯ ଜଣ ଅଫିସରଙ୍କ ସହ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜେଲ୍ରେ ସକାଳ ୬ଟା ୩୦ମିନିଟ୍ରୁ ଆରମ୍ଭ କରିଥିଲେ ରେଡ଼ । ଏନେଇ ଜେଲ୍ ଭିତରେ ଦୀର୍ଘ ୨ ଘଣ୍ଟାର ସର୍ଚ୍ଚ ଚାଲିଥିଲା । ଡାଇନିଂ ଠାରୁ ଆରମ୍ଭ କରି କିଚେନ୍, ସମସ୍ତ ୱାର୍ଡ଼ ସହ ସେଲ୍ ଗୁଡିକୁ ଯାଞ୍ଚ କରିଥିଲେ । ଏହି ସମୟରେ ତମାଖୁ, ଭାଙ୍ଗ, ଗୁଟ୍ଖା, ବିଡି, ସିଗାରେଟ୍, ଲାଇଟର ସହ ମାଦକ ଦ୍ରବ୍ୟ ବାହାରିଥିଲା ହେଲେ ମୋବାଇଲ ବାହାରିବା କଥା ସାମ୍ନାକୁ ଆଣିନଥିଲେ ବଲାଙ୍ଗୀର ଏସ୍ପି ନା ମୋବାଇଲ ଦେଖାଇଥିଲେ । ତେବେ ପରବର୍ତ୍ତୀ ସମୟରେ କାହିଁକି ପୋଲିସ ମୋବାଇଲ କଥା ଉଠାଇଲା ତାହା ସନ୍ଦେହ ସୃଷ୍ଟି କରିଛି । ବର୍ତ୍ତମାନ ଧଳସମାନ୍ତ କଟକରେ ଚିକିତ୍ସିତ ହେଉଥିବା ବେଳେ ତାର ସେଲ୍ ଖାଲି ପଡ଼ିଛି ଓ ମୋବାଇଲ ସେହି ସେଲ୍ରୁ ମିଳିଥିବା ସୂତ୍ରରୁ ସୂଚନା ମିଳିଛି ।
You Can Read: