ବିଧାୟକ ବିଜୟ ଶଙ୍କର ବିବାହ ବିବାଦ ମାମଲା: ଆବେଦନକୁ ରଦ୍ଦ କରିବାକୁ ସବରେଜିଷ୍ଟର ଅଫିସରେ ସୋମାଲିକା

Published By : Prameya-News7 Bureau | October 18, 2023 IST

କଟକ ୧୮/୧୦: ବିଧାୟକ ବିଜୟ ଶଙ୍କର ବିବାହ ବିବାଦ ମାମଲା । ପୁଣି ସାମ୍ନାକୁ ଆସିଲେ ବାନ୍ଧବୀ ସୋମାଲିକା । ଆଜି ପୁଣି ସବରେଜିଷ୍ଟର ଅଫିସରେ ପହଁଚିଲେ ସୋମାଲିକା ବିବାହ ଆବେଦନକୁ ରଦ୍ଦ କରିବାକୁ ସୋମାଲିକାଙ୍କ ଦାବି । ମଙ୍ଗଳବାର ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ସୋମାଲିକା ।

ବିବାହ ପାଇଁ ସବ ରେଜିଷ୍ଟର ଅଫିସରେ ଆବେଦନ କରିଛନ୍ତି ବିଧାୟକ ବିଜୟଙ୍କ ବିବାହ ଆବେଦନ ଉପରେ ରୋକ ଲଗାଇବା ଲାଗି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଜି ସେହି ପିଟିସନ କପି ସହିତ ସୋମାଲିକା କଟକ ସବ ରେଜିଷ୍ଟର ଅଫିସରେ ପହଞ୍ଚିଛନ୍ତି । ବିଜୟ ଶଙ୍କର ନିଜ ବୟସ ବାବଦୀୟ ଭୁଲ ତଥ୍ୟ ଦେଇଥିବା ସେ ସାନି ଅଭିଯୋଗ କରିଛନ୍ତି ।

ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ କରିବା ଲାଗି ପୂର୍ବରୁ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ଆବେଦନ କରିଥିଲେ । ଯାହା ସମ୍ଭବ ହେଉନଥିଲା, ଗତ ମାସ ୨୧ ତାରିଖରେ ଆଉଜଣେ ଯୁବତୀଙ୍କୁ ବିବାହ କରିବାଲାଗି ବିଜୟ ଶଙ୍କର କଟକ ସବ ରେଜିଷ୍ଟର ଅଫିସରେ ଆବେଦନ କରିଛନ୍ତି । ଯାହାକୁ ବିରୋଧ କରୁଛନ୍ତି ସୋମାଲିକା ।

you can also read....

wp:embed {"url":"https://www.prameyanews7.com/mla-bijya-shankar-das-friend-filed-objection/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mla-bijya-shankar-das-friend-filed-objection/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.