ମୁମ୍ବାଇ ୧୧/୦୮ : ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚୁଲବୁଲି ତଥା ନେସନାଲ୍ କ୍ରସ୍ କୁହାଯାଉଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଖୁବ୍ ଶୀଘ୍ର 'ମିଶନ୍ ମଜନୁ' ସହିତ ହିନ୍ଦୀ ସିନେମାରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ 'ଗୁଡ୍ ବାଏ'ରେ ମଧ୍ୟ କାମ କରୁଛନ୍ତି । ଏହି ସମୟରେ ତାଙ୍କର ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତ୍ରୀ କହୁଛନ୍ତି, 'ବଲିଉଡର ସବୁଠାରୁ ଭୟଙ୍କର ହେଉଛି ସେଠାକାର ଲୋକ'। ଫିଲ୍ମ କମ୍ପାନିୟନ ଉପରେ ଏକ ଭର୍ଚୁଆଲ୍ ଇଣ୍ଟରଭ୍ୟୁ ମାଧ୍ୟମରେ ରଶ୍ମିକା ମନ୍ଦନା ଜଣେ ସାମ୍ବାଦିକଙ୍କୁ ଏହା କହିଛନ୍ତି। ତେବେ ଏହାର କିଛି ସମୟ ପରେ ସେ ବାର୍ତ୍ତାଳାପ ବଦଳାଇ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି କହିଛନ୍ତି ଯେ 'ସେ ବଚ୍ଚନ ସାହାବଙ୍କ ପରି ଦିଗଜ ବ୍ୟକ୍ତିତ୍ତ୍ୱଙ୍କୁ ଡରୁଛନ୍ତି'।
{"width":632,"height":355}ଏହି କଥାକୁ ଆଗକୁ ବଢାଇ ସେ କହିଛନ୍ତି ଯେ 'ସମସ୍ତ କଳାକାର ତାଙ୍କୁ ସମ୍ମାନ କରନ୍ତି ଏବଂ ମୁଁ ତାଙ୍କ ଉପସ୍ଥିତିରେ ନର୍ଭସ ଅନୁଭବ କରେ। ଅମିତାଭଙ୍କ ପରି ବଡ ଧରଣର ବ୍ୟକ୍ତିଙ୍କ ସହିତ କାମ କରିବାବେଳେ ଏହା ସର୍ବଦା ଘଟେ । ମୋର ମନେ ଅଛି ମୁଁ ସାରଙ୍କ ସହିତ ଯେଉଁ ପ୍ରଥମ ସିନ୍ ଦେଇଥିଲି । ଏହା ଏକ ସିମ୍ପଲ୍ ସିନ୍ ଥିଲା, କିନ୍ତୁ ମୁଁ କାହା ସହିତ ସ୍କ୍ରିନ୍ ସ୍ପେସ୍ ସେୟାର କରୁଛି ଏହା ଭାବି ସିନ୍ ମୋତେ କଠିନ ହେବାକୁ ଲାଗିଥିଲା । ଏହା ଆପଣଙ୍କୁ ବହୁତ ନର୍ଭସ ଏବଂ ଭୟଭୀତ କରିପାରେ । ଏହି ସିନ୍ ସମୟରେ ମୁଁ ବହୁତ ଡରି ଯାଇଥିଲି, ତଥାପି ସଟ ଦେବାବେଳେ ମୁଁ ଭୟ ଦେଖାଇବାକୁ ଦେଇ ନଥିଲି '।
ରଶ୍ମିକା ମନ୍ଦନାଙ୍କୁ ଗୁଗୁଲ ୨୦୨୦ ର 'ନ୍ୟାସନାଲ କ୍ରସ୍' ଭାବରେ ଘୋଷଣା କରିଥିଲା। ବର୍ତ୍ତମାନ, ରଶ୍ମିକା ବଲିଉଡରେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ବହୁତ ବ୍ୟସ୍ତ ଏବଂ ଉତ୍ସାହିତ ଅଛନ୍ତି । କିନ୍ତୁ ତାଙ୍କର ଏହି ବିବୃତ୍ତି ଖୁବ୍ ଚର୍ଚ୍ଚା ହେଉଛି ।