ଧାମରାରେ 'ଦାନା' ପ୍ରଭାବ, ଗଛ କାଟି ରାସ୍ତା ସଫା କଲେ ଏସ୍‌ପି

Published By : Prameya-News7 Bureau | October 26, 2024 IST

ଭଦ୍ରକ ୨୬/୧୦: ଗଛ କାଟୁଛନ୍ତି ଏସପି । ଧାମରାରେ ବାତ୍ୟା ଦାନାର ପ୍ରଭାବରେ ଅନେକ ଗଛ ଉପୁଡି ପଡିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି। ଗଛ ଗୁଡ଼ିକ ରାସ୍ତା ରେ ପଡିଥିବା ବେଳେ ଭଦ୍ରକ ଏସପି ମଡକର ସନ୍ଦୀପ ସମ୍ପଦ ନିଜେ ଗଛକୁ କଟର ମେସିନ ସହାୟତାରେ କାଟି ସଫା କରୁଛନ୍ତି । 


ଧାମରାରେ ଵିଭିନ୍ନ ସ୍ଥାନରେ ଦାନାର ପ୍ରଭାବରେ  ଅନେକ ଗୁଡିଏ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଗତକାଲି ପରି ଆଜି ମଧ୍ୟ ନିଜେ ବିଭିନ୍ନ ସ୍ଥାନରେ କଟର ମେସିନ ସାହାଯ୍ୟରେ ସଫା କରୁଛନ୍ତି ।

ସୂଚନା ଥାଉକି, ଧାମରାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାଉଣ୍ଡ ଜିରୋରେ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି ଅଧିକାରୀ । ଏଥିରୁ ବାଦ୍ ପଡିନଥିଲେ ଏସ୍‌ପି । ନିଜେ ଘଟଣାସ୍ଥଳକୁ ଯାଇ ହାତରେ କଟର ଧରି ଗଛ କାଟିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.