ଯୁବକଙ୍କ ଅଜବ କାରାନାମା, ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ

Published By : Prameya-News7 Bureau | February 04, 2024 IST

ବାରଙ୍ଗ 04/02: ଯୁବକଙ୍କ ଅଜବ କାରାନାମା। ପୋଲିସ୍ ସହ କରିଛି ଚାଲାଖି।  ଆତ୍ମହତ୍ୟା କରିବାକୁ ପୋଲିସକୁ ଫୋନ୍ ଯୋଗେ ଧମକ ଦେଲେ ଯୁବକ। ଆଉ ସେ   ପଟିଆ ଛକରେ ଆତ୍ମହତ୍ୟା କରିବାକୁ ଦେଇଥିଲେ ଧମକ। ତବେ ଧମକ ଆସିଥିବା ମୋବାଇଲ୍ ନମ୍ବର 7608907537କୁ ଚାଲିଛି ଟ୍ରେସ। ଖବର ପରେ ପୁଲିସ ହେଲା ଆଲର୍ଟ ।

{"id":904760,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରବିବାର ଦିନ କମିଶନରେଟ୍ ପୋଲିସକୁ ହଠାତ୍ ଏକ ନମ୍ବରରୁ କଲ୍ ଆସିଥିଲା। ଆଉ ଏହି କଲରେ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଫୋନ କଲଟି ଶୁଣି ତତ୍ପର ହୋଇ ଉଠିଥିଲା କମିଶନରେଟ୍ ପୋଲିସ୍। ଏହାପରେ  ପଟିଆ ଛକକୁ ଯାଇ  ଏକ ପିସିଆର୍ ସହ କିଛି ଥାନା କର୍ମଚାରୀ ଯୁବକକୁ ଖୋଜାଖୋଜି କରୁଛନ୍ତି।  ଏବେ ଯାଏଁ ଫୋନ୍ କରିଥିବା ଯୁବକଙ୍କ  ସଂପର୍କରେ କୌଣସି ସୂଚନା ପୋଲିସକୁ ମିଳିନି। ସେପଟେ ପୋଲିସ୍ ଆଖପାଖର  ଗଳି  ଯାଞ୍ଚ୍  ସହ ସ୍ଥାନୀୟ ଲୋକଙ୍କୁ ଫୋନ୍ କରିଥିବା ଯୁବକଙ୍କ ସଂପର୍କରେ ପଚରାଉଚୁରା କରୁଛି ।

Also Read-ମଧୁସୂଦନ ଦାସଙ୍କ ୯୦ ତମ ତିରୋଧାନ ଦିବସ, ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.