ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ର, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | October 25, 2024 IST

ଜଳେଶ୍ବର ୨୫/୧୦: ଗୁରୁବାର ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଭାସିଯାଇଥିଲେ ଦଶମ ଶ୍ରେଣୀ ଛାତ୍ର । ଶୁକ୍ରବାର ମିଳିଲା ମୃତଦେହ । ମୃତକ ଜଳେଶ୍ବର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ । ଗୁରୁବାର  ସାହିଲ ୨ଜଣ ସାଙ୍ଗଙ୍କ ସହ ସୁବର୍ଣ୍ଣରେଖା ନଦୀଘାଟକୁ ଗାଧୋଇବାକୁ ଯାଇଥିଲେ । ୩ ଜଣ ଗାଧୋଉଥିବାବେଳେ ହଠାତ ସାହିଲ ନିଖୋଜ ହୋଇଯାଇଥିଲେ । ୨ ସାଂଗ ସାହିଲଙ୍କୁ ବହୁ ଖୋଜାଖୋଜି ପରେ ପାଇନଥିଲେ । ସେମାନେ ଗାଁକୁ ଆସି ସମସ୍ତଙ୍କୁ ଜଣାଇଥିଲେ । ତୁରନ୍ତ ସ୍ଥାନୀୟ ସରପଞ୍ଚ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ମଧ୍ୟ ସେମାନଙ୍କର ଆସିବାକୁ ବିଳମ୍ବ ହୋଇଥିଲା । ବାଧ୍ୟ ହୋଇ ଗାଁ ଲୋକ ମିଶି ନଦୀରେ ଜାଲ ପକାଇ ସାହିଲଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଲେ ପାଇନଥିଲେ । ଶୁକ୍ରବାର ସକାଳୁ ଅଗ୍ନିଶମ ବାହିନୀ ନଦୀରେ ସ୍ପିଡ ବୋଟ୍‌ ସହାୟତାରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ । କିଛି ଦୂରରୁ ସାହିଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.