୧୨୯ ପିଲାଙ୍କୁ ପଢାଉଛନ୍ତି ମାତ୍ର ୩ ଶିକ୍ଷକ, ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ

Published By : Prameya-News7 Bureau | November 26, 2024 IST

ଭଦ୍ରକ ୨୬/୧୧: ଭଣ୍ଡାରିପୋଖୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଠି ପ୍ରଥମରୁ ଅଷ୍ଟମ ଯାଏ ୧୨୯ ଜଣ ପିଲା ପାଠ ପଢୁଛନ୍ତି । ହେଲେ ପଢାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନି । ବାଧ୍ୟ ହୋଇ ପିଲାଙ୍କ ସହ ଅଭିଭାବକ ମିଶି ଧାରଣାରେ ବସିଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ଯାଏ ଧାରଣା ଜାରି ରହିବା ନେଇ ଚେତାବନୀ ଦିଆଯାଇଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.