ତୁରନ୍ତ ପୀଡିତାଙ୍କ ସମସ୍ତ ତଥ୍ୟ ଡିଲିଟ୍ କର, ୱିକିପିଡିଆକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 17, 2024 IST

କୋଲ୍‌କାତା ୧୭/୯: ଆର୍‌.ଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ତୁରନ୍ତ ପୀଡିତାଙ୍କ ଫଟୋ ଓ ନାଁ ଡିଲିଟ କରିବାକୁ ୱିକିପିଡିଆ ୱେବସାଇଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଏବେ ମଧ୍ୟ ପୀଡିତାଙ୍କ ପରିଚୟ ୱିକିପଡିଆରେ ରହିଛି । ନିୟମ ଅନୁସାରେ ଏହା ବେଆଇନ । ୱିକିପିଡିଆ ଆମର ପୂର୍ବ ଆଦେଶକୁ ପାଳନ କରିବା ଉଚିତ । ପୀଡିତାଙ୍କ ପରିଚୟ ୱେବସାଇଟରୁ ହଟାଯାଉ ।

ମଙ୍ଗଳବାର ସିବିଆଇ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ପୀଡିତାଙ୍କ ପରିଚୟ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ପୀଡିତାଙ୍କ ଫଟୋ ଓ ନାଁ ସର୍ବସାଧାରଣରେ ପ୍ରକାଶକୁ ନେଇ ଚିନ୍ତାପ୍ରକଟ କରିଥିଲେ । ଏମିତିକି ଘଟଣାସ୍ଥଳର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ନେଇ କୋଲକାତା ପୋଲିସକୁ ତାଗିଦ କରିଥିଲେ । ପୀଡିତାଙ୍କ ସମସ୍ତ ତଥ୍ୟ ସୋସିଆଲ ମିଡିଆରୁ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୁଣି ୱିକିପିଡିଆ ୱେବସାଇଟକୁ ଡିଲିଟ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । 

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.