ମଣିପୁର ହିଂସା ନେଇ ଅପ୍‌ଡେଟ୍ ରିପୋର୍ଟ ଦେଲେ ସରକାର; ମତ ରଖିବାକୁ ପ୍ରତିପକ୍ଷ ଓକଲିଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତାକାଲି ପୁଣି ଶୁଣାଣି

Published By : Prameya-News7 Bureau | July 10, 2023 IST

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସୋମବାର ସୁପ୍ରିମ କୋର୍ଟଙ୍କ କଡ଼ା ଟିପ୍ପଣୀ। ମଣିପୁର ହିଂସା ଉସ୍‌କାଇବାରେ କୋର୍ଟଙ୍କ ବ୍ୟବହାର କରା ନଯାଉ ବୋଲି କହିଛନ୍ତ ସର୍ବୋଚ୍ଚ ଅଦାଲତ। ଗତ କିଛି ସପ୍ତାହ ହେଲା ମଣିପୁରରେ ହୋଇଥିବା ଜିତଗତ ହିଂସାର କାର୍ଯ୍ୟାନୁଷ୍ଠାନକୁ ହିଂସା ପ୍ରୋତ୍ସାହନ ଦିଗରେ ନ ହେବା ଦରକାର ବୋଲି କୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଡଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାରେ ଶୁଣାଣି କରି କହିଛନ୍ତି ଯେ ହିଂସାକୁ ରୋକିବା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ହାତକୁ ନେଇପାରିବେ ନାହିଁ। ଉତ୍ତପୂର୍ବ ରାଜ୍ୟ ମଣିପୁର ମୈଇତେଇ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଏକ ମାମଲାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି।

3 die in fresh Manipur violence; CBI registers 6 FIRs, forms SIT : The  Tribune India

ପ୍ରଧାନ ବିଚାରପତି କହିଛନ୍ତି “ରାଜ୍ୟରେ ହିଂସା ଜାରି ରହିଥିବା ବେଳେ ଏହା(କୋର୍ଟ) ପୁଣିଥରେ ହିଂସା ସୃଷ୍ଟି କରିବାର ମାଧ୍ୟମ ନ ହେଉ। ଆମେ ସୁରକ୍ଷା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଚଳାଉ ନାହୁଁ।”

ମଣିପୁର ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ତୁଷାର ମେହେତା ଖଣ୍ଡପୀଠଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଏନେଇ ଏକ ସତ୍ୟପାଠ ଦାଖଲ ହୋଇଛି ବୋଲି ମେହେତା ଖଣ୍ଡପୀଠଙ୍କୁ ଜଣାଇଥିଲେ। ସରକାରୀ ସତ୍ୟପାଠ ଉପରେ ନିଜର ମତ ରଖିବାକୁ ସୁପ୍ରିମକୋର୍ଟ କୁକୀ ସମ୍ପ୍ରଦାୟଙ୍କ ସମର୍ଥନରେ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ କୋଲନି ଗନସାଲ୍‌ଭେସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଏହାର ପୁଣିଥରେ ଶୁଣାଣି ହେବ।

ଜୁଲାଇ ୩ ତାରିଖରେ ମଣିପୁର ହିଂସାକୁ ନେଇ ଅପ୍‌ଡେଟ୍ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ବାସହରାଙ୍କ ପୁନର୍ବାସ ଓ ଆଇନଶୃଙ୍ଖଳାର ପରିସ୍ଥିତି, ଅସ୍ତ୍ରଶସ୍ତ୍ର ଜବତ ଆଦି ବିଷୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା।

Manipur violence | Catholic Church-BJP honeymoon ends in Kerala - The Hindu

ପଢ଼ନ୍ତୁ-ମଣିପୁର ହିଂସାରେ ହେଲାନି ଆଲୋଚନା, ସଂସଦୀୟ କମିଟିର ବୈଠକ ବହିଷ୍କାର କଲେ ବିରୋଧୀ ସାଂସଦ

ସୂଚନା ଥାଉକି ମଣିପୁର ହିଂସାରେ ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏଥିରେ ବାଦ୍ ପଡ଼ି ନାହାନ୍ତି ନେତା ଓ ମନ୍ତ୍ରୀ। ଦଙ୍ଗାକାରୀ ମାନେ ମନ୍ତ୍ରୀଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କ ଘର ମଧ୍ୟ ପୋଡ଼ି ଦେଇଥିବାର ଘଟଣା ବି ଘଟିଛି।

ମୈଇତେଇଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ଜଙ୍ଗଲ ଜମିରେ ରହୁଥିବା କୁକୁ ସମ୍ପ୍ରଦାୟ ମେ ୩ ତାରିଖରେ ଶୋଭାଯାତ୍ରା ବାହାର କରିଥିଲା। ଏଥିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟର ସଂଘର୍ଷ ଆଜି ରାଜ୍ୟ ସାରା ନିଆଁରେ ଜାଳିଛି। ମାସାଧିକ ସମୟ ବିତିଯାଇଥିଲେ ଦୈନିକ ଘର ଜଳୁଛି ଜୀବନ ବି ଯାଉଛି।  

{"width":839,"height":471}
Manipur violence: Protesters block roads leading to riot-hit areas | Latest  News India - Hindustan Times

ସୂଚନା ଅନୁସାରେ ରାଜ୍ୟରେ ମୈଇତେଇ ୫୩ ପ୍ରତିଶତ ହେଉଥିବା ବେଳେ ଏମାନେ ଇମ୍ଫାଲ ଉପତ୍ୟାକାରେ ରୁହନ୍ତି। ବାକି ନାଗା ଓ କୁକୀ ସମ୍ପ୍ରଦାୟ ହେଲେ ୪୦ ପ୍ରତିଶତ। ଏମାନେ ସମସ୍ତେ ପାହାଡ଼ି ଜିଲ୍ଲାରେ ରହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.