ସମଲିଙ୍ଗୀ ବିବାହ ଅନୁମତିକୁ ସୁପ୍ରିମକୋର୍ଟଙ୍କ ନା; CJI କହିଲେ ଆଇନ ପରିବର୍ତ୍ତନ କୋର୍ଟଙ୍କ ଅଧିକାର ବାହାରେ

Published By : Prameya-News7 Bureau | October 17, 2023 IST

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବା ମାମଲାରେ ଆସିଲା ରାୟ । ସୁପ୍ରିମକୋର୍ଟଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ । ଆଇନରେ ପରିବର୍ତ୍ତନ ଆଣିବା ସଂସଦଙ୍କ ଅଧିକାର ପରିସରରେ ଆସୁଛି । ତେଣୁ ସମଲିଙ୍ଗୀ ବିବାହକୁ ଆଇନମାନ୍ୟତା ଦେବା ସଂସଦ ଉପରେ ଛାଡ଼ି ଦିଆଯାଇଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବା ଚନ୍ଦ୍ରଚୂଡ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପ୍ରସଂଗରେ ୪ଟି ନିଷ୍କର୍ସ ରହିଛି । ଏଥିରେ କିଛି ଅନୁମତି ଦେବା ସପକ୍ଷରେ ରହିଥିବା ବେଳେ କିଛି ରାୟ ବିପକ୍ଷରେ ଯାଇଛି । ସମସ୍ତଙ୍କର ଜୀବନ ସାଥି ଚୟନ କରିବାର ଅଧିକାର ରହିଛି  । ତେଣୁ ଏଥିପାଇଁ ସରକାର କମିଟି ଗଠନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

wp:embed {"url":"https://www.prameyanews7.com/supreme-court-rejects-married-womans-plea-to-abort-26-week-pregnancy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/supreme-court-rejects-married-womans-plea-to-abort-26-week-pregnancy/
/wp:embed

ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସିମିତ ନାହିଁ ।  ଏମାନେ କୌଣସି ଇଂରାଜୀ କହୁଥିବା ଶ୍ବେତ ପୋଷାକଧାରୀ ନୁହନ୍ତି, ଯେଉଁମାନେ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି । ବରଂ ଗାଁରେ କୃଷି କାର୍ଯ୍ୟ କରୁଥିବା ମହିଳା ମଧ୍ୟ ସମଲଙ୍ଗୀ ବିବାହ ପାଇଁ ଦାବି କରିପାରନ୍ତି । ସହରର ରହୁଥିବା ସମସ୍ତ ଲୋକଙ୍କୁ ସଙ୍କୀନ୍ନ ମାନସିକତା କହି ହେବ ନାହିଁ ବୋଲି କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.