ଭୁବନେଶ୍ବର ୧୮।୮: ବିଭାଜନ ଆଡକୁ ଗତି କରୁଛି କି ରାଜ୍ୟ କଂଗ୍ରେସ । କଂଗ୍ରେସ ନେତା ତାରା ବାହିନୀପତିଙ୍କ ବିଭାଜନ ମନ୍ତବ୍ୟକୁ ରାଜ୍ୟ କଂଗ୍ରେସରେ ଝଡ଼ । କିଏ ରାଜ୍ୟ କଂଗ୍ରେସକୁ ବିଭାଜନ କରୁଛି । ଏପରିକି ନିଜ ଦଳ କଂଗ୍ରେସ ବି ତାଙ୍କୁ ବିରୋଧ କରୁଛି ବୋଲି ତାରା କହିଛନ୍ତି । ଷ୍ଟିୟରିଂ କମିଟି ଗଠନ ପରେ ରାଜ୍ୟ କଂଗ୍ରସରେ ଅସନ୍ତୋଷ ଦେଖିବାକୁ ମିଳିଛି । ପାଞ୍ଚ ଥରର ବିଧାୟକ ହୋଇଥିବା ତାରା ବାହିନୀପତିଙ୍କୁ ଷ୍ଟିୟରିଂ କମିଟିରେ ସ୍ଥାନ ମିଳିନାହିଁ । ଏପରିକି କଂଗ୍ରେସ ବିଧାୟକ ଦଳର ନେତା ରେସ୍ରେ ତାରା ବାହିନୀପତି ଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା । ଯାହାକୁ ନେଇ ତାରା ଅସନ୍ତୋଷ ଥିବା କୁହାଯାଉଛି । ତାରା ବିଷ ଓଗାଳି କହିଛନ୍ତି କଂଗ୍ରେସରେ ଗୋଡ଼ ଝିକା ଝିକି ଚାଲିଛି । କାହା ସହ କାହାର ମତ ଠିକ୍ ରହୁନି । ଆମ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି । ଦଳରେ ବିଭାଜନ ସୃଷ୍ଟି ହେଉଛି, ଏହା ହେବା ଅନୁଚିତ । କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି । ଲୋକ କେବେ କ୍ଷମା ଦେବେନି । ମୋତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି । ତେଣୁ ମୁଁ ମୋ ନିର୍ବାଚନ ମଣ୍ଡଳୀ ଭିତରେ ଅଛି । କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି ଏବେର ନୀତି ଦେଖି, ସବୁ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି ତାରା କହିଛନ୍ତି । ତାରା ବାହିନୀପତିଙ୍କ ଅସନ୍ତୋଷ ଥିବା କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ।
You Can Read:
ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ପଦକ୍ଷେପ, ଉତ୍ତର ପ୍ରଦେଶରୁ ଟ୍ରେନ୍ ଯୋଗେ ଆସିବ ଆଳୁ