ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ତିଆରି କରିବ ଆପଲ ଆଇଫୋନ୍। ଏନେଇ ଅନୁମତି ମିଳିସାରିଛି। ଆଗାମୀ ଦୁଇ କିମ୍ବା ଅଢେଇ ବର୍ଷ ଭିତରେ ଟାଟା ଉଭୟ ଘରୋଇ ଓ ବିଶ୍ୱ ବଜାର ପାଇଁ ଆଇଫୋନ୍ ତିଆରି କରିବ। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେକର।
ଆଇଫୋନ୍ ନିର୍ମାତା କମ୍ପାନୀ ୱିଷ୍ଟ୍ରନ୍ ଭାରତୀୟ ବ୍ୟବାସାକୁ ଟାଟା କମ୍ପାନୀ କିଣି ନେଇଛି। ଉଭୟ କମ୍ପାନୀ ମଧ୍ୟରେ ଡିଲ୍ ଫାଇନାଲ୍ ହେବା ପରେ ୱିଷ୍ଟ୍ରନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାହାକୁ ଏକ୍ସରେ ଶେୟାର କିରଛନ୍ତି କେନ୍ଦ୍ର ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ୱିଷ୍ଟ୍ରନ ବ୍ୟବସାୟକୁ ବ୍ୟବସାୟକୁ ଅଧିକୃତ କରିଥିବାରୁ ଟାଟା ଟିମ୍କୁ ବଧେଇ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।
ପଢ଼ନ୍ତୁ-୬ ଦିନ ହ୍ରାସରେ ଲାଗିଲା ବ୍ରେକ୍, ସେନ୍ସେକ୍ସରେ ୧% ବୃଦ୍ଧି, ନିବେଶକଙ୍କ ସମ୍ପତ୍ତି ବଢିଲା ୪.୫୫ ଲକ୍ଷ କୋଟି
କେନ୍ଦ୍ରମନ୍ତ୍ରୀ ଶେୟାର କରିଥିବା ୱିଷ୍ଟ୍ରନ୍ର ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଆଜି ୱିଷ୍ଟ୍ରନର ବୋର୍ଡ ମିଟିଂ ହୋଇଥିଲା। ବୈଠକରେ କମ୍ପାନୀର ଶାଖା ଏସ୍ଏମ୍ଏସ୍ ଇନ୍ଫୋକମ(ସିଙ୍ଗାପୋର) ପିଟିଇ ଏଲ୍ଟିଡି ଏବଂ ୱିଷ୍ଟ୍ରନ ହଂକଂ ଲିମିଟେଡ୍କୁ ନିଜର ଶେୟାର ବିକ୍ରି ପାଇଁ ଟାଟା ଇଲେକ୍ଟ୍ରୋନିକ ପ୍ରାଇଭେଟ୍ ମିଲିଟେଡ୍(TEPL) ସହ ଚୁକ୍ତି ସାଇନ୍ ପାଇଁ ଅନୁମତି ଦିଆଯାଇଛି। ୱିଷ୍ଟ୍ରନ ଇନ୍ଫୋକମ ମ୍ୟାନୁଫାକ୍ଚରିଙ୍ଗ(ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ୧୦୦ ପ୍ରତିଶତ ଇନ୍ଡାଇରେକ୍ଟ ଷ୍ଟେକ୍ ଟାଟାକୁ ବିକ୍ରି ପାଇଁ ଏହି ଚୁକ୍ତି ଫାଇନାଲ୍ ହୋଇଛି।
wp:html/wp:htmlPM @narendramodi Ji's visionary PLI scheme has already propelled India into becoming a trusted & major hub for smartphone manufacturing and exports.
— Rajeev Chandrasekhar 🇮🇳 (@Rajeev_GoI) October 27, 2023
Now within just two and a half years, @TataCompanies will now start making iPhones from India for domestic and global markets from… pic.twitter.com/kLryhY7pvL
ପ୍ରେସ୍ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଉଭୟ ପକ୍ଷର ଆବଶ୍ୟକୀୟ ଚୁକ୍ତି ଉପରେ ସ୍ୱାକ୍ଷର ଓ ଟ୍ରାଞ୍ଜାକ୍ସନ ପ୍ରକ୍ରିୟା ଆଦି ଆବଶ୍ୟକ କାର୍ଯ୍ୟ ସରିବା ପରେ ୱିଷ୍ଟ୍ରନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବ ବୋଲି କମ୍ପାନୀ କହିଛି। କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୂର ଦୃଷ୍ଟି ସମ୍ପନ୍ନ ପିଏଲ୍ଆଇ ସ୍କିମ୍ ଯୋଗୁ ଭାରତ ବିଶ୍ୱରେ ବିଶ୍ୱାସ ଯୋଗ୍ୟ ଓ ବଡ଼ ସ୍ମାର୍ଟଫୋନ୍ ମାନୁଫେକ୍ଚରିଂ ଓ ରପ୍ତାନୀ ହବ୍ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।