ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି, ଅଧାବାଟରୁ ଫେରିଗଲା ସ୍ପାଇସଜେଟ୍‌

Published By : Prameya-News7 Bureau | November 10, 2023 IST

ଭୁବନେଶ୍ବର: ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି। ଅଧାରାସ୍ତାରୁ ଫେରିଗଲା ସ୍ପାଇସଜେଟ୍‌ ବିମାନ। ଶୁକ୍ରବାର ନୂଆଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ସ୍ପାଇସଜେଟ୍‌ ବିମାନ ଅଧାରାସ୍ତାରୁ ପୁନଃ ଦିଲ୍ଲୀ ଫେରିଛି।

ଆହୁରି ପଢ଼ନ୍ତୁ: ରବିବାରଠୁ ଝାରସୁଗୁଡାରୁ କୋଲକାତା ଉଡିବ ଇଣ୍ଡିଗୋ, ଆସନ୍ତା ୧୫ରେ ବେଙ୍ଗାଲୁରୁକୁ ବିମାନ ସେବା

ସୂଚନା ଅନୁଯାୟୀ, ଏହି ବିମାନ ଦିନ ୩ଟା ୨୦ ମିନିଟ୍‌ ସମୟରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଁଞ୍ଚିବାର ଥିଲା। ହେଲେ ବୈଷୟିକ ତ୍ରୁଟି ଓ ମେଡିକାଲ ସମସ୍ୟା ଦର୍ଶାଇ ଅଧାରୁ ଆକାଶମାର୍ଗରୁ ଫେରିଛି ବିମାନ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଫେରିନଥିବାବେଳେ ଏପଟେ ଝାରସୁଗୁଡ଼ାରୁ ଦିଲ୍ଲୀ ଯିବାକୁ ଅପେକ୍ଷାରେ ଅଛନ୍ତି ଯାତ୍ରୀ।

wp:embed {"url":"https://www.youtube.com/watch?v=cJhXo9J4mOE","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=cJhXo9J4mOE
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.