ପାରାଦୀପ ୧୪।୯: ପାରାଦୀପ ଅଠରବାଙ୍କୀ ମେଡିକାଲରେ ରକ୍ତ ପରୀକ୍ଷା କରି ରୋଗୀ ହଟହଟା ହୋଇଛନ୍ତି । ଏହି ଘଟଣାକୁ ନେଇ ଅଠରବାଙ୍କୀ ଡାକ୍ତରଖାନାରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଛନ୍ତି ଉତ୍ତ୍ଯକ୍ତ ଲୋକେ । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେବା ସହିତ ପୋଲିସ ପହଞ୍ଚିଛି ।
ମେଡିକାଲ ରକ୍ତ ପରୀକ୍ଷାରେ ଡେଙ୍ଗୁ ପଜିଟିଭ ବାହାରିଥିଲା ଏବଂ ତାଙ୍କୁ ଡାକ୍ତର ମେଡିସିନ ଦେଇଥିଲେ । ମେଡିସିନ ଖାଇବାର ତିନି ଦିନ ପରେ ସମ୍ପୃକ୍ତ ରୋଗୀ କଟକରେ ଟେଷ୍ଟ କରିବାରୁ ସବୁ ନର୍ମାଲ ରିପୋର୍ଟ ବାହାରିଥିଲା । ଯାହାକୁ ନେଇ ପାରାଦୀପ ଲୋକନାଥ କଲୋନୀର କିଛି ମହିଳା ଓ ପୁରୁଷ ଡାକ୍ତରଖାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ବୁଝାଉଥିବା ବେଳେ ବିଜ୍ଞାନ ନାମକ ଜଣେ ଯୁବକ ଡାକ୍ତର ପ୍ରସନ୍ନ କୁମାର ସାମଲଙ୍କୁ ଆକ୍ରମଣ କରିଥିବା ସିସିଟିଭିରେ କଏଦ ହୋଇଛି । ଏ ସମ୍ପର୍କରେ ଡାକ୍ତର ପାରାଦୀପ ଆଦର୍ଶ ଥାନାକୁ ଖବର ଦେବା ସହିତ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଏତଲା ଦେଇଛନ୍ତି । ଡେଙ୍ଗୁ ପରୀକ୍ଷା ପରେ ତାଙ୍କୁ ମେଡିସିନ ଦିଆଯାଇଥିଲା ଏବଂ ତିନି ଦିନ ଧରି ସେ ମେଡିସିନ ଖାଇଥିଲେ । ତେଣୁ ତାଙ୍କର ଡେଙ୍ଗୁ ନେଗେଟିଭ ଆସିଥିବା ଡାକ୍ତର ପ୍ରକାଶ କରିଛନ୍ତି ।
You Can Read:
ମାଥିଲିରେ ବ୍ୟାପୁଛି ଝାଡ଼ାବାନ୍ତି, ମୋଟ୍ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ