ଦାରିଙ୍ଗବାଡି ବିଇଓଙ୍କ ଅଫିସ ଛାତରୁ ଗଳୁଛି ପାଣି, ବର୍ଷା ପାଣିରେ ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ପାଠ୍ୟପୁସ୍ତକ

Published By : Prameya-News7 Bureau | June 27, 2024 IST

ଦାରିଙ୍ଗବାଡି ୨୭।୬: ସ୍କୁଲ ଖୋଲବା ପରେ ବିଦ୍ୟାଳୟକୁ ସର୍ବଶିକ୍ଷା ନାମରେ ଆସୁଥିବା ବହି ଦିଆ ନଯାଇ ରଖାଯାଇଥିଲା । ଜାଣତରେ ହେଉ ବା ଅଜାଣତରେ ପାଣି ଗଳୁଥିବା  ଘରେ ରଖି ବହି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ବହି ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଯୋଜନାକୁ ପିଲାଙ୍କ ପାଖରେ ନ ପହଞ୍ଚାଇ ଲକ୍ଷ ଲକ୍ଷ ଟଙ୍କାର ବହି ନଷ୍ଟ କରିଦିଆଯାଇଛି  । ଗଦା ଗଦା ହୋଇ ପଡିରହିଛି ବହି । କିଛି ଦାଇତ୍ୱହୀନ କର୍ମଚାରୀଙ୍କ ଏଭଳି ବହି ନଷ୍ଟ ହଉଛି । ପିଲାଙ୍କ ପାଇଁ ଆସୁଥିବା ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ନଦିଆଯାଇ ବହି ଆସୁନାହିଁ କହି ବିଇଓଙ୍କ କାର୍ଯ୍ୟାଳୟରେ ରଖି ନଷ୍ଟ କରାଯାଉଛି । 

ସେପଟେ ପିଲାମାନଙ୍କୁ କୁହାଯାଉଛି ବହି ଆସୁନାହିଁ । ସରକାରଙ୍କୁ ଦୋଷ ଢାଳିବାରେ ଓସ୍ତାଦ ଦାରିଙ୍ଗବାଡି ଶିକ୍ଷା ବିଭାଗ । ତେବେ କେଉଁଥି ପାଇଁ ପିଲାଙ୍କୁ ବହି ଦିଆନଯାଇ ଏତେ ପରିମାଣରେ ବହି ରଖା ଯାଇଥିଲା ବିଇଓ ହାଡିବନ୍ଧୁ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରତ୍ୟେକ ସିଆସିମାନଙ୍କ ଦାଇତ୍ଵ ବହି ଆସିବା ପରେ ନିଜ ନିଜ କ୍ଲଥ୍ ଷ୍ଟୋରରେ ବହି ଗୁଡିକ ନେଇ ରଖିବା କଥା କିନ୍ତୁ ସେମାନଙ୍କ ଅବହେଳା ପାଇଁ ବହିସବୁ ଗଦା ହୋଇ ରହୁଛି ।

ତେବେ ଏଭଳି ଘଟଣା ପ୍ରଥମ ନୁହେଁ ୨୦୧୯ ମସିହାରେ ଦେଖିବାକୁ ମିଳିଥିଲା ବହି ରଖା ଯାଇଥିବା ଘରେ ଉଇ ଲାଗି ସବୁ ବହି ନଷ୍ଟ ହୋଇଯାଇଥିଲା । ଖବର ପ୍ରସାରଣ ପରେ ରାତି ଅଧିଆ ବହି ଗୁଡିକ କୁଆଡେ ଗାଏବ ହୋଇଯାଇଥିଲା । ବହୁ ଛାତ୍ରଛାତ୍ରୀ ବହି ପାଇବାରୁ ବଞ୍ଚିତ ହୋଇଥିଲେ । ହେଲେ ଏବେ ଯେଉଁଭଳି ବହି ସବୁ ଓଦା ହୋଇଛି ସେଇ ବହି ପିଲା କିପରି ପଢିବେ ତାହା ଏବେ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

You Can Read :

ଅଣସର ଗୃହରେ ଚାଲିଛି ଗୁପ୍ତ ସେବା, ଗୁରୁବାର ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ଫୁଲୁରି ତେଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.