ପିଆଜ ଓ ଟମାଟରର ମୂଲ୍ୟ ବୃଦ୍ଧି ସହ ମାସିକ ଆଧାରରେ ବଢିଛି ଖାଇବା ଥାଳି ଦର, ଉଭୟ ସାକାହାରୀ ଓ ଆମିଷ ହୋଇଛି ମହଙ୍ଗା

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ  ୬।୧୨: ପନିପରିବା ସାଙ୍ଗକୁ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପ୍ରଭାବ ଖାଇବା ଥାଳି ଉପରେ ପଡିଛି। ଫଳରେ ନଭେମ୍ବରରେ ପୁଣି ମହଙ୍ଗା ହୋଇଛି ଥାଳି। ଉଭୟ ସାକାହାରୀ ଓ ଆମିଷ ଥାଳି ମହଙ୍ଗା ହୋଇଛି। ଏକ ଘରୋଇ ରେଟିଂ ଏଜେନ୍ସୀ ଦ୍ୱାରା ବୁଧବାର ଜାରି ରିପୋର୍ଟରୁ ଏହା ଜଣାପଡିଛି। ଯେଉଁଥିରେ ଥାଳି ଦର ପୁଣି ମାସିକ ଆଧାରରେ ବୃଦ୍ଧି ହୋଇଥିବା କୁହାଯାଇଛି। ତେବେ ଏହି ମୂଲ୍ୟ ବୃଦ୍ଧି ପଛରେ ପିଆଜ ଓ ଟମାଟୋ ମହଙ୍ଗା ହେବା ଅନ୍ୟତମ କାରଣ ବୋଲି କୁହାଯାଇଛି।

କ୍ରିସିଲ ଏମଆଇ ଆଣ୍ଡ ଏ ରିସର୍ଚ୍ଚ ତାଙ୍କ ରିପୋର୍ଟରେ ପିଆଜ ଓ ଟମାଟର ମୂଲ୍ୟ ମାସିକ ଆଧାରରେ ଯଥାକ୍ରମେ ୫୮ ପ୍ରତିଶତ ଓ ୩୫ ପ୍ରତିଶତ ମହଙ୍ଗା ହୋଇଛି। ଏଣୁ ଖାଦ୍ୟ ଥାଳି ଦର ସେହି ଅନୁସାରେ ବଢିଛି। କୁହାଯାଉଛି ପାର୍ବଣ ଚାହିଦା ସାଙ୍ଗକୁ ଅନିୟମିତ ବୃଷ୍ଟିପାତ ଓ ଖରିଫ ଋତୁରେ କମ୍‌ ଉତ୍ପାଦନ କାରଣରୁ ଦେଶରେ ପିଆଜ ଓ ଟମାଟର ମହଙ୍ଗା ହୋଇଛି। ସେହି ଅନୁସାରେ ଘରେ ହେଉ ବା ରେଷ୍ଟୁରାଣ୍ଟରେ ଥାଳି ଦର ସେହି ଅନୁପାତରେ ମହଙ୍ଗା ହୋଇଛି।

{"id":879448,"width":842,"height":568,"sizeSlug":"full","linkDestination":"none"}

ରିପୋର୍ଟ ଅନୁସାରେ ନଭେମ୍ବରରେ ଘରେ ପ୍ରସ୍ତୁତ ହେଉଥିବା ନିରାମିଷ ଓ ଆମିଷ ଥାଳି ଯଥାକ୍ରମେ ୧୦ ଓ ୫ ପ୍ରତିଶତ ମହଙ୍ଗାହୋଇଥିଲା। ସେହି ଅନୁପାତରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଥାଳି ଦର ମଧ୍ୟ ବେଶ୍ ମହଙ୍ଗା ହୋଇଛି। ତେବେ ଏହି ମାସରେ ପୋଲେଟ୍ରି ଦରରେ ମାମୁଲି ୧ରୁ ୩ ପ୍ରତିଶତ ହ୍ରାସ ଦେଖା ଦେଇଥିଲା। ଆମିଷ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ରଏଲରର ପାଖାପାଖି ୫୦ ପ୍ରତିଶତ ଯୋଗଦାନ ରହୁଛି। ଏଣୁ ଆମିଷ ଥାଳି ସାମାନ୍ୟ ଶସ୍ତା ଥିବା ବେଳେ ସାକାହାରୀ ଥାଳି ବେଶ୍ ମହଙ୍ଗା ଥିଲା।

ପୂର୍ବରୁ ଦେଶରେ ଟମାଟର, ରୋଷେଇ ଗ୍ୟାସ୍, ବ୍ରଏଲର ଦର ବୃଦ୍ଧି ଯୋଗୁ ଥାଳି ଦର ବୃଦ୍ଧି  କରିଥିଲା। ତେବେ ଟମାଟର ଦର ହ୍ରାସ ସହ   ଅନ୍ୟ ପନିପରିବା ଦର କମିବା ସାଙ୍ଗକୁ ରୋଷେଇ ଗ୍ୟାସ୍‌ ମୂଲ୍ୟ ହ୍ରାସ କିଛି ପରିମାଣରେ ଥାଳିଦରକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ ଏହି ଦର ବେଶି ସମୟ ସ୍ଥିର ରହି ପାରି ନାହିଁ। ଦେଶରେ ପିଆଜ ଦର ବୃଦ୍ଧି ହୋଇଥିବା ବେଳେ ଟମାଟର ବି ମହଙ୍ଗା ହୋଇଛି। ଏଥିରେ ଏବେ ଡାଲି ଦର ବୃଦ୍ଧି ରୋଷେଇ ଘରର ବଜେଟ୍‌କୁ ପୁଣି ଥରେ ବିଗାଡିଛି।

ଟମାଟରର ମୂଲ୍ୟ ହ୍ରାସ ସହ ଦେଶରେ ଶସ୍ତା ହେଲା ସାକାହାରୀ ଓ ଆମିଷ ଥାଳି, ଜାଣନ୍ତୁ କମିଲା କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.