କଟକ ଆରପିଏଫର ମହାନତା, ହଜିଥିବା ଟଙ୍କା ବ୍ୟାଗ ଖୋଜି ବ୍ୟକ୍ତିଙ୍କୁ ଫେରାଇଲେ

Published By : Prameya-News7 Bureau | December 12, 2023 IST

କଟକ: କଟକ ଆରପିଏଫର ମହାନତା। ହଜିଥିବା ଟଙ୍କା ବ୍ୟାଗକୁ ଖୋଜି ଅଭିଯୋଗକାରୀଙ୍କୁ ଫେରାଇଲା କଟକ ଆରପିଏଫ। ଯାହାକୁ ନେଇ ସବୁ ମହଲରେ ଏବେ ଆରପିଏଫକୁ ପ୍ରଂଶସାର ସୁଅ  ଛୁଟୁଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଫିରୋଜା ବାଦର ଶୁଭମ ଜୈନ କଟକରୁ ବ୍ରହ୍ମପୁର ଯିବା ସମୟରେ ତାଙ୍କ ଟଙ୍କା ଥିବା ବ୍ୟାଗ ଚୋରି ହୋଇଥିବା ଯାଣିବାକୁ ପାଇଥିଲେ। ତେବେ ସେ ନେଇ ସେ ତୁରନ୍ତ ଅନଲାଇନ ଯୋଗେ ଗତକାଲି ବିଳମ୍ବିତ ରାତିରେ ସେହି ଟ୍ରେନରୁ ହିଁ ଅନ୍ୟ ଜଣଙ୍କ ମୋବାଇଲରୁ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତୁରନ୍ତ ବିଳମ୍ବିତ ରାତିରେ ହିଁ ଆରପିଏଫ ତଦନ୍ତ ଆରମ୍ଭ କରିଥିଲା ।

ସିସିଟିଭି ଯାଞ୍ଚ କରିବା ସହ ଟ୍ରେନରେ ଯାଞ୍ଚ ପରେ  ଜଣା ପଡିଥିଲା କି ଶୁଭମଙ୍କ ଟଙ୍କା ଭର୍ତ୍ତି ବ୍ୟାଗଟି କଟକର ପାଞ୍ଚ ନମ୍ବର ପ୍ଲାଟଫର୍ମର ଏକ ସ୍ଥାନରେ ଥୁଆ ହୋଇଛି। ତାହାକୁ ଉଦ୍ଧାର କରାଯିବା ସହ ଅଭିଯୋଗକାରୀଙ୍କୁ ବ୍ୟାଗ ବିଷୟରେ ସୂଚିତ କରାଯାଇଥିଲା। ଏହାପରେ ଅଭିଯୋଗକାରୀ କଟକ ଆରପିଏଫ ପୋଲିସ ଷ୍ଟେସନରେ ଉପଯୁକ୍ତ ପ୍ରମାଣ ଦେବା ପରେ ବ୍ୟାଗକୁ ହସ୍ତାନ୍ତର କରିଥିଲେ ଆରପିଏଫ ଅଧିକାରୀ। ଉଦ୍ଧାର ହୋଇଥିବା ବ୍ୟାଗରେ ଏକ ଲକ୍ଷ ଟଙ୍କା ସହ, ମୋବାଇଲ, ଜରୁରୀ କାଗଜପତ୍ର  ରହିଥିଲା। ଆରପିଏଫ ତୁରନ୍ତ ଏଭଳି ପଦକ୍ଷେପ ପାଇଁ ଶୁଭମ ନିଜର ଟଙ୍କା ବ୍ୟାଗ ଫେରିବା ପାଇବା  ସହ ଆରପିଏଫ କୁ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.