ଭୁବନେଶ୍ଵର: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ୧୨୬୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଅଛନ୍ତି। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି।
ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। ୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର MIL (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର MIL (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।
Also read: ଏବେ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଛି ଆବାସ ସର୍ଭେ, ଆବାସ ପାଇବାରୁ କାହାକୁ ବାଦ୍ ଦିଆଯିବନି : ପଞ୍ଚାୟତିରାଜ ମନ୍ତ୍ରୀ
୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ହେଉଥିବା ବେଳେ ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା ହେବ। ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ, ମାର୍ଚ୍ଚ ୧୦ରେ ଅଲ୍ ଅଦର ଏମ୍ଆଇଏଲ୍ସ, ୧୭ରେ ଗଣିତ, ମାର୍ଚ୍ଚ୨୧ରେ କଂପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା ଅଛି।
୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଥିବା ବେଳେ ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୨୫ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ପରୀକ୍ଷା ହେବ। ମାର୍ଚ୍ଚ ୪ରେ କଳା ପିଲାଙ୍କର ଇତିହାସ ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍ନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ପରୀକ୍ଷା ହେବ। ମାର୍ଚ୍ଚ ୮ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ରାଜନୀତି ବିଜ୍ଞାନ ପରୀକ୍ଷା ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍ନେସ୍ ମ୍ୟାଥ୍ମେଟିକ୍ସ ଓ ଷ୍ଟାଟିଷ୍ଟିକ୍ସ ପରୀକ୍ଷା ହେବ।
୧୦ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କ ଅଲ୍ ଅଦର ଏମ୍ଆଇଏଲ୍ (ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ବା ଅଲ୍ଟରନେଟିଭ୍ ଇଂରାଜୀ) ପରୀକ୍ଷା ହେବ। ୧୭ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା ଥିବା ବେଳେ ୧୯ ତାରିଖରେ ଭୂଗୋଳ, ୨୦ରେ ଅର୍ଥନୀତି, ୨୨ରେ ସାଇକୋଲୋଜି ଓ ଏଜୁକେସନ ପରୀକ୍ଷା ଅଛି। ୨୪ ତାରିଖରେ କଳା ପିଲାଙ୍କର ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ଓ ୨୭ରେ ଲଜିକ୍ ପରୀକ୍ଷା ଅଛି।
ସେହିପରି ୨୦ ତାରିଖରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର Cost Accounting, Business Economics, Fundamental Of Management Accounting ଓ Computer Application ଆଦି ପରୀକ୍ଷା ଅଛି। ୨୧ ତାରିଖରେ କଳା,ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୀ Information Techonology ପରୀକ୍ଷା ଅଛି। ମାର୍ଚ୍ଚ ୨୭ରେ ବାଣିଜ୍ୟ ପିଲାଙ୍କର Accountancy ପରୀକ୍ଷା ଅଛି।