ଭୁବନେଶ୍ବର ୧୮।୧୨: IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି, ସରକାରଙ୍କ ତରଫରୁ ଯାହା ପଦକ୍ଷେପ ନେବା ଦରକାର ତାହା ନିଆଯାଇଛି । ତାଙ୍କୁ ସମନ କରାଯାଇଛି, ସେ ସିବିଆଇ ସାମ୍ନାରେ ଯାହା କହିବା କଥା କହିବେ । ଚୂଡ଼ାନ୍ତ ରିପୋର୍ଟ ଯାହା ଆସିବ ତା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ । ଯେଉଁ ସରକାର ସେତେବେଳେ କହୁଥିଲା ଆଇନ ତା ବାଟରେ ଯିବ । ପରୀ, ମମିତା ମେହେର, ମାହାଙ୍ଗା ଟ୍ରିପଲ୍ ମର୍ଡର କେସ୍ରେ ଆଇନ କେଉଁ ବାଟେ ଗଲା ? ବିଜେଡ଼ି ସେହି କଥାକୁ ଅଭ୍ୟାସ କରୁ ଯେଉଁ କଥାକୁ ସେମାନେ ପ୍ରଚାର କରୁଥିଲେ (ଆଇନ ତା ବାଟରେ ଯାଉ)। ସାଧାରଣ ଲୋକଙ୍କ ଯେଉଁ ଆଭିମୁଖ୍ୟ ରହିଛି ତାକୁ ନେଇ ପ୍ରଶ୍ନ କରିବା ଛାଡ଼ନ୍ତୁ ବୋଲି କେ.ଭି. ସିଂହଦେଓ କହିଛନ୍ତି । ପ୍ରଶ୍ନ କରିବା ଅପେକ୍ଷା ସେମାନେ କ’ଣ କରିଛନ୍ତି ତାକୁ ଦେଖନ୍ତୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପାରୁନଥିଲେ, ବିଜେପି ସରକାର ୬ ମାସରେ କରିଦେଲା : ରବି ନାଏକ