ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପାରୁନଥିଲେ, ବିଜେପି ସରକାର ୬ ମାସରେ କରିଦେଲା : ରବି ନାଏକ

Published By : Prameya-News7 Bureau | December 18, 2024 IST

ଭୁବନେଶ୍ବର ୧୮।୧୨: ବିଜେଡ଼ିର ସଚ୍ଚିବାଳୟ ଘେରାଉ ଚେତାବନୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ବିଜେଡ଼ି କ’ଣ କରିଛି ଲୋକ ଜାଣିଛନ୍ତି । ତାକୁ ଦେଖିବା ପରେ ନିର୍ବାଚନରେ ରାୟ ଦେଇଛନ୍ତି । ବିଜେଡ଼ି କ’ଣ କରିଛି, ଗୋଟିଏ ଉଦାହରଣ ଦେଉ । ଲୋକଙ୍କୁ ଠକି ଠକି ଦିନଗଲା । ଗଣତନ୍ତ୍ରକୁ ନଷ୍ଟ କରିଥିଲେ । ମନ୍ତ୍ରୀ, ବିଧାୟକ କେଉଁଠି ରହୁଥିଲେ ଲୋକ ଦେଖିଛନ୍ତି । ମନ୍ତ୍ରୀ ଟେଣ୍ଟ ବନ୍ଧୁଥିଲେ, ଚେୟାର ପକାଉଥିଲେ । ନୂଆ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡ଼ି । ତାଙ୍କ ମନରେ ଆକ୍ରୋଶ ହେଉଛି, ସେତେବେଳେ ବି ସରକାରୀ ଅର୍ଥ ଥିଲା କିନ୍ତୁ ଯୋଜନା କରିପାରୁନଥିଲେ । କିନ୍ତୁ ବିଜେପି ସରକାର ୬ ମାସରେ କରିଦେଲେ ବୋଲି ଲୋକଙ୍କ ମନ ଆନ୍ଦୋଳିତ ହେଉଛି । ବିଜେଡ଼ିକୁ ଆଉ କିଛି ଦାନା ମିଳୁନି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଭରତପୁର ଥାନା ମାମଲାରେ ଆଜିର ଶୁଣାଣି ଶେଷ, ତଦନ୍ତ କମିଶନଙ୍କ ସାମ୍ନାରେ ହେବ ସାକ୍ଷୀଙ୍କ ବୟାନ ରେକର୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.