ହୋଟେଲ ନିର୍ମାଣ ବେଳେ ଭୁଶୁଡ଼ିଲା ନିର୍ମାଣଧୀନ ଛାତ, ଫସିଛନ୍ତି ୧୦ରୁ ଉର୍ଦ୍ଧ୍ଵ ଶ୍ରମିକ

Published By : Prameya-News7 Bureau | October 09, 2024 IST

ଢେଙ୍କାନାଳ:  ହୋଟେଲ ନିର୍ମାଣ ବେଳେ ଭୁଶୁଡ଼ିଗଲା ନିର୍ମାଣ ଧୀନ ଛାତ। ତଳେ ଚାପି ହୋଇ ରହିଛନ୍ତି ଅନେକ ଶ୍ରମିକ। ବୁଧବାର ସହରର ମହିଷାପାଟ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ତୃତୀୟ ମହଲା ପାଇଁ ଛାତ ପଡୁଥିବା ବେଳେ ସେଟ୍ରିଙ୍ଗ ଭାଙ୍ଗି ଯିବାରୁ ନିର୍ମାଣଧୀନ ଛାତ ଭୁଶୁଡ଼ି ପଡ଼ିଛି। ଏହାରି ତଳେ ୧୦ରୁ ଉର୍ଦ୍ଧ୍ଵ ଶ୍ରମିକ ଚାପି ହୋଇ ରହିଛନ୍ତିI ଦୁଇ ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। 

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନିକଟ ମହିଷାପାଟ ଛକରେ ୫ ମହଲା ବିଶିଷ୍ଟ ଏକ ହୋଟେଲର ନିର୍ମାଣ କାର୍ଯ୍ୟ ଚାଲିଥିଲା । ମଧ୍ୟାହ୍ନ ଭୋଜନ ପରେ କିଛି ଶ୍ରମିକ ପୁଣି କାମ ଆରମ୍ଭ କରିଥିଲେ । ଏହି ସମୟରେ କୋଠାର ତୃତୀୟ ମହଲାର ୪ଟି ପିଲର୍ ସହିତ ଛାତ ଭୁଷୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ୧୦ରୁ ଉର୍ଦ୍ଧ୍ଵ ଶ୍ରମିକ ମାନେ ଫସି ରହିଛନ୍ତି । ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଂ  ତାଙ୍କ ହାତ ଦୁଇ ହାତ କଟିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟରେ ଭର୍ତ୍ତି କରାଯାଇଛି ।

ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ, ପୁଲିସ, ଜେସିବି ନିୟୋଜିତ କରାଯାଇଛି । ଏସଡିପିଓ ବିଭୂତି ଭୂଷଣ ମହାପାତ୍ର ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.