ନୂଆଦିଲ୍ଲୀ,୩୧/୦୫: ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଗତ ଏକ ମାସ ଧରି ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି କୁସ୍ତିଯୋଦ୍ଧା। ଦିନକୁ ଦିନ ମାମଲା ଅଧିକ ବଢ଼ିବାରେ ମଧ୍ୟ ଲାଗିଛି। କୁସ୍ତିଯୋଦ୍ଧା ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଅଟଳ ରହିଛନ୍ତି। ଏହାରି ମଧ୍ୟରେ ବୁଧବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯାଞ୍ଚ ନିୟମ ଅନୁଯାୟୀ ହିଁ ହେବ ତେଣୁ ତଦନ୍ତ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଖେଳାଳିଙ୍କୁ ଅପେକ୍ଷା କରିବା ଦରକାର। ‘‘ଆମେ ମଧ୍ୟ ଚାହୁଛୁ ଖେଳାଳିମାନେ ଯେଉଁ କଥା ଉଠାଇଛନ୍ତି ତାହା ଉପରେ ନିରପେକ୍ଷ ତଦନ୍ତ ହେଉ। ତେଣୁ ଯାଞ୍ଚ ସରିବା ଯାଏଁ ସେମାନଙ୍କୁ ଅପେକ୍ଷା କରିବା ଦରକାର। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ।’’ ସେ ଆହୁରି କହିଛନ୍ତି ’’ଆଗକୁ ଜରୁରୀ ପ୍ରତିଯୋଗିତା ସବୁ ରହିଛି। ଖେଳାଳିମାନେ ଏଭଳି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ଯାହାଦ୍ବାରା ଖେଳାଳି ତଥା ଖେଳର କ୍ଷତି ନହୁଏ। ଆମେ ସବୁ ଖେଳାଳିଙ୍କ ସହ ଅଛୁ।’’
{"id":795801,"width":557,"height":309,"sizeSlug":"full","linkDestination":"none"}ଆହୁରି ପଢ଼ନ୍ତୁ: ‘ଗଙ୍ଗାରେ ପଦକ ଭସାଇ ଦେଲେ ଫାଶୀ ମିଳିବ ନାହିଁ, ଭଗବାନ ମୋ ଦ୍ଵାରା କିଛି ବଡ଼ କାମ କରାଇବାକୁ ଚାହାନ୍ତି’
ସେପଟେ ବ୍ରିଜ୍ ଭୂଷଣ ସିଂହ ଏବଂ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ବିବାଦ ଆହୁରି ବଢ଼ିଛି। ବିଜେପି ସାଂସଦ ଏବଂ ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ସିଂହ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ପ୍ରମାଣିତ ହେଲେ ନିଜେ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି କହିଛନ୍ତି। ସେ କହିଛନ୍ତି ‘‘ମୋତେ ଫସାଇଥିବା ବ୍ୟକ୍ତି ପଦକ ଗଙ୍ଗାରେ ଭସାଇବାକୁ ଯାଉଛନ୍ତି। ସେମାନେ ମତେ ଫାସୀରେ ଦେଖିବାକୁ ଚାହୁଛନ୍ତି। ସରକାର ମତେ ଫାସୀ ଦେଉନାହାଁନ୍ତି ସେଥିପାଇଁ କୁସ୍ତିଯୋଦ୍ଧା ନିଜ ମେଡାଲକୁ ଗଙ୍ଗାରେ ଭସାଇବାକୁ ଯାଉଛନ୍ତି।
{"id":795802,"sizeSlug":"full","linkDestination":"none"}ସୂଚନାଥାଉକି, ବ୍ରିଜ୍ ଭୂଷଣଙ୍କ ଉପରେ ନାବାଳିକାଙ୍କ ସହ ୭ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏପ୍ରିଲ ୨୩ରୁ ଜନ୍ତର-ମନ୍ତର ଠାରେ ଧାରଣା ଦେଉଥିଲେ କୁସ୍ତିଯୋଦ୍ଧା। ମେ ୨୮ରେ ଏମାନେ ନୂଆ ସଂସଦ ଭବନ ସାମ୍ନାରେ ମହାପଞ୍ଚାୟତ କରିବାକୁ ଚାହୁଥିଲେ। କିନ୍ତୁ ଦିଲ୍ଲୀ ପୋଲିସ୍ ତାଙ୍କୁ ଏଭଳି କରିବାକୁ ଦେଇନଥିଲା। ମଙ୍ଗଳବାର କୁସ୍ତିଯୋଦ୍ଧା ନିଜର ମେଡାଲ ଗଙ୍ଗାରେ ଭସାଇବାକୁ ହରିଦ୍ବାର ଯାଇଥିଷଲ କିନ୍ତୁ ନରେଶ ଟିକାୟତ ତାଙ୍କୁ ଏଭଳି କରିବାରୁ ରୋକିଥିଲେ। ଏହାପରେ କୁସ୍ତିଯୋଦ୍ଧାମାନେ ଇଣ୍ଡିଆ ଗେଟରେ ଆମରଣ ଅନଶନ କରିବା ନେଇ କହିଥିଲେ। କିନ୍ତୁ ଏଠାରେ ମଧ୍ୟ ପୋଲିସ୍ ତାଙ୍କ ଏଣ୍ଟ୍ରି ଉପରେ ରୋକ୍ ଲଗାଇଛି।
{"id":795803,"width":558,"height":279,"sizeSlug":"full","linkDestination":"none"}ଆହୁରି ପଢ଼ନ୍ତୁ: ଯଦି ଏତିକିରେ ସରକାରଙ୍କ ମନ ଭରୁନି ତେବେ ଖେଳାଳି ଅର୍ଥ ଫେରାଇବାକୁ ବି ପ୍ରସ୍ତୁତ: ବିଜେନ୍ଦର ସିଂ