ମୁମ୍ବାଇରେ ‘ଇଣ୍ଡିଆ’ ମେଣ୍ଟର ମନ୍ଥନ, ଶେଷ ଦିନରେ ହେବ ସିଟ୍ ସେୟାରିଂ ବୁଝାବଣା

Published By : Prameya-News7 Bureau | September 01, 2023 IST

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇରେ ଚାଲିଛି ମେଣ୍ଟ 'ଇଣ୍ଡିଆ' ମନ୍ଥନ । ଅନ୍ତିମ ଦିନରେ ବିଭିନ୍ନ ପ୍ରସଂଗରେ ଆଲୋଚନା ହେବ । ଏହି ବୈଠକରେ ୨୮ ଦଳର ୬୩ ଜଣ ନେତା ସାମିଲ ହୋଇଛନ୍ତି । ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନା ନେଇ ରଣନୀତି ପ୍ରସ୍ତୁତ ହେବ । ଲୋଗୋ ଉନ୍ମୋଚନ ସହ କମନ ମିନିମମ ପ୍ରୋଗ୍ରାମର ଚିଠା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବିରୋଧୀ ଦଳ ମଧ୍ୟରେ ସଂଯୋଜନା କମିଟି ମଧ୍ୟ ଘୋଷଣା ହୋଇପାରେ।

wp:embed {"url":"https://www.prameyanews7.com/a-special-session-of-parliament-has-been-called-in-fear-of-rahuls-target-on-the-adani-issue/","type":"wp-embed","providerNameSlug":"prameya-news-7"}
https://www.prameyanews7.com/a-special-session-of-parliament-has-been-called-in-fear-of-rahuls-target-on-the-adani-issue/
/wp:embed

ସେପଟେ ବିରୋଧୀ ମେଣ୍ଟ ଇଣ୍ଡିଆର ସିଟ୍ ସେୟାରିଂ ଏହି ମିଟିଂର ମୁଖ୍ୟ ଆଜେଣ୍ଡା । ଏନେଇ ଆଜି ଅନ୍ତିମ ଦିନରେ ଏବାବଦରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ସହ ବିରୋଧୀ ମେଣ୍ଟ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ କାହାକୁ ପ୍ରସଂଗ କରି ମୈଦାନକୁ ଓହ୍ଲାଇବ ଏହା ମଧ୍ୟ ଚର୍ଚ୍ଚା ହେବ ।

wp:embed {"url":"https://www.prameyanews7.com/rahul-gandhi-questions-pm-modi-on-adani-report/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-gandhi-questions-pm-modi-on-adani-report/
/wp:embed

ମେଣ୍ଟ ଇଣ୍ଡିଆ ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ଡିଏମକର ଏମ.କେ ଷ୍ଟାଲିଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଜେଡିୟୁ ମୁଖ୍ୟ ନୀତିଶ କୁମାର, ଆରଜେଡିର ଲାଲୁ ପ୍ରସାଦ ଯାଦବ, ଏନସିପିର ଶରଦ ପାୱାର, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବଙ୍କ ଭଳି ନେତା ଯୋଗ ଦେଇଛନ୍ତି । ଗତକାଲି ଉଦ୍ଧବ ଠାକେର ଡିନର ପାର୍ଟି ଦେଇଥିଲେ । ଏହି ଡିନର ପାର୍ଟିରେ ଅନପୌଚାରିକ ଭାବେ ବିରୋଧୀ ଦଳ ନେତା ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.