୧୦ ରାଜ୍ୟସଭା ଆସନରେ ନିର୍ବାଚନ; ତୃଣମୂଳ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାଁ

Published By : Prameya-News7 Bureau | July 10, 2023 IST

କୋଲକାତା: ତୃଣମୂଳ କଂଗ୍ରେସ ଘୋଷଣା କଲା ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କ ନାଁ । ଜୁଲାଇ ଓ ଅଗଷ୍ଟ ମାସରେ ୧୦ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନ ଆୟୋଗ ଏହି ୧୦ଟି ଆସନରେ ନିର୍ବାଚନ କରିବା ଲାଗି ଜୁଲାଇ ୨୪ ତାରିଖରେ ସମୟ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ଟିଏମସି ନିଜ ପ୍ରାର୍ଥୀଙ୍କ ନାଁ ଘଷୋଣା କରିଛି । ଡେରିକ୍ ଓବ୍ରାଏନ, ଡୋଲା ସେନ, ସୁଖେନ୍ଦୁ ଶେଖର ରୈ, ସମିରୁଲ ଇସଲାମ, ପ୍ରକାଶ ଚିକ ବଡାଈକ ଏବଂ ସାକେତ ଗୋଖଲେଙ୍କ ନାଁ ଘୋଷଣା କରିଛି । ନାମାଙ୍କନ ଦାଖଲ କରିବା ଶେଷ ତାରିଖ ଜୁଲାଇ ୧୩ ରଖିଛନ୍ତି । ଆସନ୍ତା ୨୪ ତାରିଖରେ ଭୋଟ୍ ଗଣତି ହେବ ।

wp:embed {"url":"https://www.prameyanews7.com/samarjitsinh-ranjitsinh-gaekwad-is-india-richest-cricketer/","type":"wp-embed","providerNameSlug":"prameya-news-7"}
https://www.prameyanews7.com/samarjitsinh-ranjitsinh-gaekwad-is-india-richest-cricketer/
/wp:embed

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ, ଜୁଲାଇ ଓ ଅଗଷ୍ଟ ମାସରେ ୧୦ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗୁଜରାଟରେ ୩ଜଣ ସାଂସଦ ଯଥା, ଦିନେଶଚନ୍ଦ୍ର ଜେମଲଭାଇ ଅନାବିଦିଆ, ଲୋଖଣ୍ଡବାଲା ଜୁଗଲସିଂହ, ମଥୁରାଜି, ସୁବ୍ରମଣ୍ୟମ ଜୟଶଙ୍କର କୃଷ୍ଣାସ୍ବାମୀ । ଏମାନଙ୍କର ଆସନ୍ତା ଅଗଷ୍ଟ ୧୮ ତାରିଖରେ କାର୍ଯ୍ୟକାଳ ହେବ । ଗୋଆ, ଗୁଜରାଟ ଓ ପଶ୍ଚିମବଙ୍ଗରେ ୧୦ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ ।  ସେହିପରି ଗୋଆର ବିଜେପି ସାଂସଦ ବିନୟ ଡି. ତେନ୍ଦୁଲକରଙ୍କ କାର୍ଯ୍ୟକାଳ ୨୮ ଜୁଲାଇରେ ଶେଷ ହେବ ।

wp:embed {"url":"https://www.prameyanews7.com/nia-team-reached-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nia-team-reached-in-bhubaneswar/
/wp:embed

ବିଜେପି ସାଂସଦ ଏସ ଜୟଶଙ୍କର ଜୁଲାଇ ୧୦ ତାରିଖରେ ନାମାଙ୍କନ ଦାଖଲ କରିବେ । ସେ ଗୁଜରାଟର ଗନ୍ଧିନଗର ଆସନରୁ ନାମାଙ୍କନ ଭରି ପାରନ୍ତି । ସେହିପରି ପଶ୍ଚିମବଙ୍ଗରେ  ୬ ରାଜ୍ୟସଭା ସାଂସଦ ଆସନ ପାଇଁ ମତଦାନ ହେବ । ଆସନ୍ତା ୧୮ ଅଗଷ୍ଟରେ  ଡେରକ ଓବ୍ରାଏନ, ଡୋଲା ସେନ୍, ପ୍ରଦୀପ ଭଟ୍ଟାଚାର୍ଯ୍ୟ, ସୁସ୍ମିତା ଦେବ, ଶାନ୍ତା ଛେତ୍ରୀ, ଶୁଖେନ୍ଦୁ ଶେଖରଙ୍କର କାର୍ଯ୍ୟାକାଳ ଶେଷ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.