ଖସୁଛି ଟମାଟୋ ଦର! ଜାଣନ୍ତୁ ସରକାରୀ ଦୋକାନରେ ଏବେ କେଜି ପିଛା ମୂଲ୍ୟ କେତେ?

Published By : Prameya-News7 Bureau | July 20, 2023 IST

ନୂଆଦିଲ୍ଲୀ ୨୦।୭: ବଜାରରେ ଧିରେ ଧିରେ ନରମ ହେଉଛି ଟମାଟୋ ଦର। ଦିଲ୍ଲୀ ଏନସିଆର ଓ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ସରକାର ଚଳାଇଥିବା ସରକାରୀ ରିଟେଲ ଆଉଟଲେଟ୍‌ରେ ଟମାଟୋ ଦର ଦିନକୁ ଦିନ ହ୍ରାସ ହେବାରେ ଲାଗିଛି। ତେବେ ଖୋଲା ବଜାରରେ ଏବେବି ଦର ନିୟନ୍ତ୍ରିତ ହେଉ ନାହିଁ। ସରକାର ଜାତୀୟ ସମବାୟ ଖାଉଟି ମହାସଂଘ(ଏନସିସିଏଫ) ଓ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଦ୍ୱାରା ଦିଲ୍ଲୀ ଓ ଏନସିଆରରେ ଗତ ଶୁକ୍ରବାର ପ୍ରଥମ କରି ମୋବାଇଲ ଶସ୍ତା ଟମାଟୋ ବିକ୍ରୟ କେନ୍ଦ୍ର ଖୋଲିଥିଲେ।

କେବେ ଖୋଳାଯାଇଥିଲା ପ୍ରଥମ ତୈଳକୂପ ? କେମିତି ସୃଷ୍ଟି ହୋଇଥିଲା ଶିଳ୍ପ ବିପ୍ଳବ ?

ଏହି ସବୁ ବିକ୍ରୟ କେନ୍ଦ୍ରମାନଙ୍କରେ ପ୍ରଥମେ ୯୦ ଟଙ୍କା କେଜି ଦରରେ ଟମାଟୋ ବିକ୍ରି ଆରମ୍ଭ ହୋଇଥିଲା। ଦୁଇ ଦିନ ପୂର୍ବେ କେଜି ୮୦ ଟଙ୍କା ଦରରେ ବିକ୍ରି ହୋଇଥିବା ବେଳେ ଗୁରୁବାର ଏ-ଗ୍ରେଡ ଟମାଟୋ କେଜି ପିଛା ୭୦ ଟଙ୍କା ଦରରେ ବିକ୍ରି ହୋଇଛି। ତେବେ ସାରା ଦେଶରେ ଏବେ ହାରାହାରି ଖୁଚୁରା ଟମାଟୋ ମୂଲ୍ୟ କେଜି ପିଛା ୧୨୦ ଟଙ୍କାକୁ ପହଞ୍ଚିଛି।  ଏହା ସତ୍ତ୍ୱେବି କେତେକ ସ୍ଥାନରେ କେଜିକୁ ୨୪୫ ଟଙ୍କା ଦରରେ ଟମାଟୋ ବିକ୍ରି ହେଉଛି।

{"id":819873,"sizeSlug":"full","linkDestination":"none"}

ସରକାରଙ୍କ ଦ୍ୱାରା ଶସ୍ତା ଟମାଟୋ ବିକ୍ରି ଆରମ୍ଭ ପରଠାରୁ ଦିଲ୍ଲୀରେ ଖୁଚୁରା ଟମାଟୋ ଦର ହ୍ରାସ ହୋଇଛି। ପରିବା ଦୋକାନ ମାନଙ୍କରେ ଏବେ ଟମାଟୋ କେଜି ପିଛା ୧୨୦ ଟଙ୍କା ଦରରେ ମିଳି ଯାଉଛି। ସରକାରଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ ଖାଉଟି ବ୍ୟାପାର ମନ୍ତ୍ରାଳୟ ଟମାଟରର ଖୁଚୁରା ମୂଲ୍ୟ ହ୍ରାସ ଯୋଗୁ ଏନସିସିଏଫ ଓ ନାଫେଡ ରିଟେଲ ଆଉଟଲେଟମାନଙ୍କରେ ଜୁଲାଇ ୨୦ ତାରିଖରୁ କେଜି ପିଛା ୭୦ ଟଙ୍କା ଦରରେ ଟମାଟୋ ବିକ୍ରି କରିବାକୁ କୁହାଯାଇଛି।

ଟମାଟୋ ପରେ ଏବେ ଶସ୍ତାରେ ଡାଲି ବିକିବେ ସରକାର, ୬୦ ଟଙ୍କା କେଜିରେ କିଣିପାରିବେ ଗ୍ରାହକ

ମୂଲ୍ୟ ହ୍ରାସ କରି କେଜି ପିଛା ୭୦ ଟଙ୍କା ଦରରେ ଟମାଟୋ ବିକ୍ରି କଲେ ଉପଭୋକ୍ତା ଆହୁରି ଅଧିକ ଲାଭବାନ ହେବେ ବୋଲି କୁହାଯାଇଛି। ଗ୍ରାହକଙ୍କୁ ଶସ୍ତା ଦରରେ ଟମାଟୋ ଯୋଗାଇ ଦେବା ପାଇଁ ଏନସିସିଏଫ ଓ ନାଫେଡ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କ୍ରୟ କରୁଛନ୍ତି। ସରକାର ଟମାଟୋ କ୍ରୟ କରିବା ବେଳେ ଏହି ସବୁ ବଜାରରେ ଟମାଟରର ପାଇକାରୀ ମୂଲ୍ୟ ମଧ୍ୟ ବେଶ୍ ଉଚ୍ଚଥିଲା। ତେବେ କ୍ରମଶଃ ଟମାଟୋ ଦର ହ୍ରାସ ସହ ସରକାରୀ ଆଉଟଲେଟ୍ ରେ ଖୁଚୁରା ଟମାଟୋ ବିକ୍ରି ଦର ମଧ୍ୟ ହ୍ରାସ ହୋଇଛି। ଯାହାର ପ୍ରଭାବ ସ୍ଥାନୀୟ ଅଞ୍ଚଳର ଖୋଲା ବଜାର ଉପରେ ମଧ୍ୟ ପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.