BCCIର ବଡ ନିଷ୍ପତ୍ତି; ଶେଷ ହେବ ଟସ୍‌ ପଡିବା ଧାରା, କ୍ୟାପଟେନ୍‌ ନେବେ ବୋଲିଂ କି ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫।୦୫: କ୍ରିକେଟ୍କୁ ଆହୁରି ରୋମାଞ୍ଚକର କରିବ ବିସିସିଆଇ । ଖୁବଶୀଘ୍ର ଆଣୁଛି ନୂଆ ନିୟମ । ଏଣିକି ମ୍ୟାଚ୍‌ରେ ହେବ ଟସ୍‌ ପ୍ରଣାଳୀ । ଅର୍ଥାତ୍‌ ମ୍ୟାଚ୍‌ ଆରମ୍ଭରୁ ରହିବନି ଟସ୍‌ ଜିତିବା ଧାରା । ଚଳିତବର୍ଷରୁ ହିଁ ଘରୋଇ କ୍ରିକେଟରେ ଲାଗୁହେବ ଏହି ନିୟମ । ଚଳିତବର୍ଷ ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଲାଗୁ ହୋଇଛି ନୂଆ ନିୟମ । ବିସିସିଆଇ ଆଇପିଏଲ୍ ୨୦୨୩ରେ ଆଣିଥିଲା ଇମ୍ପାକ୍ଟ ପ୍ଲେୟାର ନିୟମ । ଏହି ନିୟମ ଯୋଗୁଁ IPL ୨୦୨୪ରେ ଦେଖିବାକୁ ମିଳୁଛି ରନ୍‌ର ନୂଆ ରେକର୍ଡ । ବର୍ତ୍ତମାନ ବୋର୍ଡ ଘରୋଇ କ୍ରିକେଟରେ ଆଣିବାକୁ ଯାଉଛି ଏପରି ନିୟମ, ଯାହାକୁ ନେଇ ବୋଧହୁଏ କେହି କଳ୍ପନା ମଧ୍ୟ କରି ନଥିବେ । ଏଣିକି ଘରୋଇ କ୍ରିକେଟରେ ସମାପ୍ତ ହେବ ଟସ୍ର ଧାରା । 

ଆଜ୍ଞା ହଁ… ବିସିସିଆଇ ଘରୋଇ ଟୁର୍ନାମେଣ୍ଟରୁ ଟସ୍ ପ୍ରଣାଳୀକୁ ହଟାଇବାକୁ ଯାଉଛି। ବର୍ତ୍ତମାନ କେବଳ ଭ୍ରମଣକାରୀ ଦଳ ନିଷ୍ପତ୍ତି ନେବେ ଯେ ସେମାନେ ପ୍ରଥମେ ବ୍ୟାଟିଂ କରିବେ କି ବୋଲିଂ କରିବାକୁ ଚାହୁଁଛନ୍ତି । ଦୀର୍ଘ ଦିନର ଆଲୋଚନା ହେଉଥିଲା କି ଆୟୋଜକ ଟିମ୍‌ ସେମାନଙ୍କ ଇଚ୍ଛା ଅନୁଯାୟୀ ପିଚ୍ ତିଆରି କରନ୍ତି । ଯାହା ଟସ୍ ଜିତିବାରେ ସହାୟକ ହୋଇଥାଏ । ଆଉ ଏହି ଆଲୋଚନାକୁ ବନ୍ଦ କରିବାକୁ ବୋର୍ଡ ନୋ ଟସ୍ ନୀତି ଲାଗୁ କରିବାକୁ ଯାଉଛି । ଘରୋଇ କ୍ରିକେଟରେ ପରିବର୍ତ୍ତନ ପାଇଁ ଗଠିତ ୪ ଜଣିଆ କମିଟିର ସୁପାରିଶରେ ଏହି ନିୟମ ଲାଗୁ ହୋଇଛି । 

ଅଣ୍ଡର-୨୩ ସି କେ ନାଇଡୁ ଟୁର୍ନାମେଣ୍ଟରୁ ବିସିସିଆଇ ନୋ ଟସ୍ ପଲିସି ଆରମ୍ଭ କରିବାକୁ ଯାଉଛି। ଏହାପରେ ଅବଶିଷ୍ଟ ଟୁର୍ନାମେଣ୍ଟରେ ଏହି ନିୟମ ଧୀରେ ଧୀରେ ଲାଗୁ ହେବ । ତେବେ ନୋ ଟସ୍ ନିୟମ ସହିତ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀରେ ବିସିସିଆଇ ଆଉ ଏକ ପରିବର୍ତ୍ତନ କରିବାକୁ ଯାଉଛି । ବର୍ତ୍ତମାନ ରଣଜୀ ଟ୍ରଫି ମ୍ୟାଚ୍ କ୍ରମାଗତ ଭାବେ ଅନୁଷ୍ଠିତ ହେବନି । ସିଜିନ୍‌ର ଆରମ୍ଭ ରେଡ୍ ବଲ୍ କ୍ରିକେଟ୍ରୁ ହିଁ ହେବ । କିଛି ରେଡ୍‌ ବଲ୍ ମ୍ୟାଚ୍ ପରେ ହିଁ ହ୍ବାଇଟ୍‌ ବଲ୍‌ ଟୁର୍ନାମେଣ୍ଟ ଆୟୋଜିତ ହେବ । ଏହାପରେ ସିଜିନ୍‌ର ଶେଷ ରେଡ୍ ବଲ୍ କ୍ରିକେଟ୍ ଅର୍ଥାତ୍ ପ୍ରଥମ ଶ୍ରେଣୀର ଅବଶିଷ୍ଟ ମ୍ୟାଚ୍ରେ ହେବ ।

 ଖବର ଅନୁଯାୟୀ ରଣଜୀ ଟ୍ରଫି ୨୦୨୩-୨୪ରେ ଅନେକ ଖେଳାଳି ରଣଜୀ ଟ୍ରଫି ମ୍ୟାଚ୍ ମଧ୍ୟରେ ବ୍ୟବଧାନ ରଖିବାକୁ ବୋର୍ଡକୁ ଦାବି କରିଥିଲେ । ଏହି ଦାବି ଅନୁଯାୟୀ ରଣଜୀ ଟ୍ରଫି ୨ ଭାଗରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ। ବର୍ତ୍ତମାନ BCCI ଲାଗୁ କରିଥିବା ଇମ୍ପାକ୍ଟ ପ୍ଲେୟର ନିୟମ ଉପରେ ପ୍ରଶ୍ନ ଉଠିଛି । ଅନେକ ଭେଟେରାନ ଏହାକୁ କ୍ରିକେଟର ଉନ୍ନତି ବିରୋଧ ବୋଲି    ମାନୁଛନ୍ତି । ତେଣୁ ଏହି ନିୟମରେ ଆସନ୍ତା ବର୍ଷ ଲାଗିପାରେ ବ୍ରେକ୍‌ । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ନୋ ଟସ୍ ନିୟମ ଉପରେ ଦିଗ୍ଗଜମାନେ କଣ ପ୍ରତିକ୍ରିୟା ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.