ସୋନପୁର ୧୦।୧୧ : ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଅଭିମୁଖେ ଯାତ୍ରା ତୁଳସୀ ରଥ । ସୋନପୁର ଜିଲ୍ଲା ବିନିକାରେ ଥିବା ୧୨୩୦ ନିର୍ମିତ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ତୁଳସୀ ରଥ ପୁରୀ ଅଭିମୁଖେ ଯାତ୍ରା କରିଛି ।
ତୁଳସୀ ରଥ ରବିବାର ସକାଳୁ ବିନିକା ଦୁର୍ଗାମଣ୍ଡପ, ଜଗନ୍ନାଥ ମନ୍ଦିରରୁ ସଜ ଫୁଲ ଓ ତୁଳସୀ ନେଇ ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରି ବିନିକା, ସୋନପୁର, ବୌଦ୍ଧ, ନୟାଗଡ଼, ଭୁବନେଶ୍ୱର ଅତିକ୍ରମ କରି ଜଗନ୍ନାଥ ଧାମରେ ପହଞ୍ଚିବ । ସଂଧ୍ୟାରେ ସଜ ତୁଳସୀ ଓ ଫୁଲ ଜଗନ୍ନାଥ ମନ୍ଦିରରେ ଅର୍ପଣ କରାଯିବ । ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଲାଗି ପ୍ରଭୁଙ୍କ ଠାରେ ଏଇ ସଜ ଫୁଲ ଓ ତୁଳସୀ ଲାଗିହେବ। ବିନିକା ସହରବାସୀ ଫୁଲ ଓ ତୁଳସୀ ଦେବା ସହ ଭଜନ କୀର୍ତ୍ତନ, ହୁଳୁହୁଳି ଏବଂ କରତାଳି ଦେଇ ରଥକୁ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।