୧୧୨୫ ଲିଟର ଦେଶୀ ମଦ ଜବତ, ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 11, 2024 IST

କଟକ ୧୧: କଟକ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ସଫଳତା । ୧୨୨୫ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । 

ସୂଚନାଯୋଗ୍ୟ ଯେ, ଅବକାରୀ ବିଭାଗର କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ତତ୍ତ୍ଵାବଧାନରେ କଟକ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି । ତେବେ ଗୁରୁବାର ସକାଳ ୮ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କଟକ ସଦର ରେଞ୍ଜ ର ଆଇ ଆଇ ସି ସୃତିକାନ୍ତ ରାଉତ୍ ଙ୍କ ନେତୃତ୍ଵରେ ୬ ଜଣିଆ ସ୍ବତନ୍ତ୍ର ଟିମ୍ କଟକ ଡ଼ଗରପଡ଼ା ହନୁମାନ ମନ୍ଦିର ନିକଟରେ ଏକ ପିକ୍ଅପ୍ ଭ୍ୟାନକୁ ଧରିଥିଲା ଅବକାରୀ ବିଭାଗ । ଘଟଣାସ୍ଥଳରୁ ୧୧୨୫ ଲିଟର ଦେଶୀ ମଦ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଦେଶୀ ମଦ ଓ ପିକ୍ଅପ୍ ଭ୍ୟାନର ଆନୁମାନିକ ମୂଲ୍ୟ ୧୨ ଲକ୍ଷ । ଏହା କଟକ ଆଠଗଡ଼ରୁ ଭୁବନେଶ୍ଵର ଚାଲାଣ ହେଉଥିବା କଥା କହିଛନ୍ତି ଆଇଆଇସି ସ୍ମୃତିକାନ୍ତ ରାଉତ । ଅନ୍ୟପଟେ ଦୁଇ ଅଭିଯୁକ୍ତ କଟକ ଆଠଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

You Can Read:

ଗଛରେ ଝୁଲୁଛି ଶିକ୍ଷକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.