ଦଶ ବର୍ଷ ପରେ ପୁଣି ଥରେ UNESCOକୁ ଫେରିବ ଆମେରିକା, ଚୀନର ବଢୁଥିବା ପ୍ରଭାବକୁ ଦେଖି ନିଷ୍ପତ୍ତି; ପୈଠ କରିବ ୬୦ କୋଟି ଡଲାରର ବକେୟା

Published By : Prameya-News7 Bureau | June 13, 2023 IST

ନୂଆଦିଲ୍ଲୀ: ୟୁନାଇଟେଡ୍ ନେସନ ଏଜୁକେସନାଲ, ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ (ୟୁନେସ୍କୋ)ରେ ପୁଣି ଥରେ ସାମିଲ୍‌ ହେବ ଆମେରିକା । ଏନେଇ ୟୁନେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି। ଜାତିସଂଘର ଏହି ସଂସ୍ଥାରେ ସାମିଲ ହେବା ସହ ଆମେରିକା ଏହାର ପୂର୍ବରୁ ଥିବା ୬୦ କୋଟି ଡଲାର ବକେୟା ମଧ୍ୟ ପୈଠ କରିବ । ସୂଚନାଥାଉକି, ପାଲେଷ୍ଟାଇନକୁ ୟୁନେସ୍କୋର ସଦସ୍ୟ କରାଯିବା ପଦକ୍ଷେପକୁ ବିରୋଧ କରି ଆମେରିକା ପ୍ରାୟ ୧୦ ବର୍ଷ ପୂର୍ବେ ସଂସ୍ଥାରୁ ଅଲଗା ହୋଇଥିଲା ।

ଆମେରିକାର ସରକାରୀ ସୂତ୍ର ଅନୁସାରେ, ୟୁନେସ୍କୋରେ ଚୀନର ବଢୁଥିବା ପ୍ରଭବାକୁ ରୋକିବା ପାଇଁ ଆମେରିକା ପୁଣି ଥରେ ସଂସ୍ଥାକୁ ଫେରିବାକୁ ମନ କରିଛି । ସଂସ୍ଥାରେ ଆମେରିକାର ଅନୁପସ୍ଥିତିରେ ଚୀନ ଆର୍ଥିକ ସହଯୋଗ ଏବଂ ସମର୍ଥକ ଦେଶକଙ୍କ ବଳରେ ନିଜ ପ୍ରଭାବ ବଢ଼ାଇ ଚାଲିଛି । ଏହି କାରଣରୁ ୟୁନେସ୍କୋର ନୀତିରେ ଚୀନ୍‌ ହସ୍ତକ୍ଷେପ ଯୋଗୁଁ ବିପଦ ବଢ଼ିବାରେ ଲାଗିଛି । ଏହାପରେ ଗଣତାନ୍ତ୍ରିକ ଦେଶର ପରାମର୍ଶରେ ଆମେରିକା ସରକାର ୟୁନେସ୍କୋରେ ପୁଣି ଥିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ଚୀନ୍ ଆକ୍ରମଣ ଆଶଙ୍କାରେ ତାଇୱାନରୁ ନାଗରିକଙ୍କୁ ବାହାର କରିବାକୁ ପ୍ରସ୍ତୁତି କରୁଛି ଆମେରିକା

ଉଲ୍ଲେଖଯୋଗ୍ୟ ଯେ, ୟୁନେସ୍କୋ ବର୍ତ୍ତମାନ ସମୟରେ ବିଶ୍ୱରେ କୃତିମ ବୁଦ୍ଧିମତା (ଏଆଇ) ଏବଂ ବୈଷୟିକ ଶିକ୍ଷା ପ୍ରଦାନ ଉପରେ ଏକ ନୂଆ ମାନଦଣ୍ଡ ପ୍ରସ୍ତୁତ କରୁଛି । ଆମେରିକା ସରକାରରେ ପ୍ରବନ୍ଧନ ଏବଂ ସମାଧାନ ମାମଲାର ଉପମନ୍ତ୍ରୀ ରିଚାର୍ଡ ବର୍ମା ଗତ ସପ୍ତାହରେ ୟୁନେସ୍କୋର ମହାନିର୍ଦ୍ଦେଶକ ଆଣ୍ଡ୍ରେ ଏଜୋଲେଙ୍କୁ ସଂସ୍ଥାରେ ପୁଣି ଥରେ ସାମିଲ ହେବା ଉପରେ ଏକ ସରକାରୀ ପ୍ରକ୍ରିୟା ଆରମ୍ଭ ନେଇ ଏକ ପତ୍ର ପ୍ରଦାନ କରିଥିଲେ । ଏହାପରେ ସୋମବାର ଏଜୋଲେ ସମସ୍ତ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସ୍ୱତନ୍ତ୍ର ଅଧିବେଶନ ପାଇଁ ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ୨୧ ତୋପ ସଲାମୀ ଦେବ ଆମେରିକା, ଯିବା ଆସିବା ଖର୍ଚ୍ଚ ମଧ୍ୟ ବହନ କରିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.