ବଦଳିବ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ‘ୟୁପିଏ’ ନାଁ ! ଆସନ୍ତାକାଲି ହୋଇପାରେ ନୂଆ ନାମକରଣ

Published By : Prameya-News7 Bureau | July 17, 2023 IST

ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୟୁପିଏ(ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲାଏନ୍ସ)ର ନା ପରିର୍ତ୍ତନ ହେବ। ମଙ୍ଗଳବାର ବେଙ୍ଗାଲୁରୁରେ ବସିବାକୁ ଥିବା ବିରୋଧୀ ବୈଠକରେ ନୂଆ ନାମକରଣ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ମଙ୍ଗଳବାର ହେବାକୁ ଥିବା ବୈଠକରେ ଟିଏମ୍‌ସି, ଆପ୍‌, ଆର୍‌ଜେଡି ଓ ଜେଡିୟୁ ସମେତ ୨୦ଟି ଦଳ ସାମିଲ ହେବେ।

କଂଗ୍ରେସ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା। ଏହାର ଅଧ୍ୟକ୍ଷା ଥିଲେ ସୋନିଆ ଗାନ୍ଧୀ। ହେଲେ ଏବେ କଂଗ୍ରେସର ଅନେକ ନୂଆ ନୂଆ ଦଳ ସାମିଲ୍ ହୋଇଛନ୍ତି। ହେଲେ ଏବେ ମେଣ୍ଟର ନାଁ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳିଛି। ଶୁଣିବାକୁ ମିଳିଥିବା ଖବର ସମ୍ପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳଙ୍କୁ ପଚାରିବାରୁ ସେ ମଧ୍ୟ ପରୋକ୍ଷରେ ସଂକେତ ଦେଇଛନ୍ତି। 

ପଢନ୍ତୁ-ବିଜେପିକୁ କରିପାରିବିନି ସମର୍ଥନ, ଜାରି ରହିବ ରାଜନୀତି, ବାଗୀ ନେତାଙ୍କୁ ଭେଟିବା ପରେ ଏମିତି କହିଲେ ଶରଦ ପାଓ୍ୱାର

ସେ କହିଛନ୍ତି “ଆମେ ସମସ୍ତ ନିଷ୍ପତ୍ତି ନେବୁ। ବୈଠକରେ କେଉଁ ସବୁ ବିଷୟ ସମ୍ପର୍କରେ ଆଲୋଚନା ହେବ ତାହା ବର୍ତ୍ତମାନ ମୁଁ କହିପାରିବି ନାହିଁ। ନାଁ ପରିବର୍ତ୍ତନ ନେଇ କେବଳ କଂଗ୍ରେସ ନିଷ୍ପତ୍ତି ନେବ ନାହିଁ। ସବୁ ଦଳ ଏକାଠୀ ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବୁ।” ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥର ବିରୋଧୀ ବୈଠକରେ ରାଜ୍ୟଗୁଡ଼ିକରେ ଶିଟ୍ ଶେୟାର ନେଇ ଆଲୋଚନା ହୋଇପାରେ। କାରଣ ଗତ ଥର ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଶିଟ୍ ଶେୟାରିଂ ହୋଇନଥିଲା।

ତେବେ ବିରୋଧୀ ମେଣ୍ଟର ସାଧାରଣ କାର୍ଯ୍ୟକ୍ରମ, ସିଟ୍ ଶେୟାରିଁ, ଓ ପ୍ରଚାର  ପାଇଁ ଏକ ସବ୍ କମିଟି ଗଠନ କରାଯିବ। ଜଣେ ସମ୍ପାଦକ ମଧ୍ୟ ନିଯୁକ୍ତ ହେବେ। ଆସନ୍ତାବର୍ଷ ୨୦୨୪ ଲୋକସଭା ନିର୍ବାଚ ପର୍ଯ୍ୟନ୍ତ କମିଟି ଦ୍ୱାରା ହିଁ ବିରୋଧୀ ପରିଚାଳିତ ହେବେ। ସେହିପରି ବିରୋଧୀ ମେଣ୍ଟରେ ଇଭିଏମ୍‌ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ। ଏଥିରେ ସଂଶୋଧନ କରିବାକୁ ନିର୍ବାଚନ କମିଶନଙ୍କ ପାଖରେ ମିଳିତ ଦାବି କରିବାକୁ ସହମତି ହୋଇପାରେ ବୋଲି କୁହାଯାଉଛି।

ପଢ଼ନ୍ତୁ-ଶେଷରେ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ ଆମ୍‌ ଆଦମୀ ପାର୍ଟିକୁ ସମର୍ଥନ କଲା କଂଗ୍ରେସ; ବିରୋଧୀ ବୈଠକରେ ଯୋଗ ଦେବାକୁ ରାଜି ହେଲା ଆପ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.