ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ବା ଏଆଇର ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶେଷ କରି ଏଆଇ ଦ୍ବାରା ‘ଡିପ୍ଫେକ୍’ ପ୍ରସ୍ତୁତ କରିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପିଏମ। ପ୍ରଧାନମନ୍ତ୍ରୀ କହିଛନ୍ତି ଗଣମାଧ୍ୟମକୁ ଏହି ସଙ୍କଟକୁ ନେଇ ଲୋକଙ୍କୁ ସତର୍କ କରିବା ଦରକାର।
ବିଜେପିର ଦୀପାବଳି ମିଳନ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧନ କରି ପିଏମ କହିଛନ୍ତି ସେ ଭାରତକୁ ବିକଶିତ ଭାରତ କରିବା ପାଇଁ ଇଚ୍ଛା ରଖିଛନ୍ତି। ଆଉ ତାହା ସେ କରି ଦେଖାଇବାକୁ ଚାହୁଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଲୋକାଲ ଫର୍ ଭୋକାଲ ଆହ୍ବାନକୁ ଲୋକଙ୍କ ସମର୍ଥନ ମିଳିଛି।
ଆହୁରି ପଢ଼ନ୍ତୁ: ମାଇକ୍ରୋନ ଟେକ୍ନାେଲୋଜି ସିଇଓଙ୍କୁ ଭେଟିଲେ ପୀୟୂଷ ଗୋଏଲ, କହିଲେ- ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଦେଉଛି ବଡ଼ ବାଣିଜ୍ୟିକ ଅବସର
ଏହି ଅବସରରେ ପିଏମ ଆହୁରି କହିଛନ୍ତି ‘କରୋନା ଭାଇରସ ସମୟରେ ଭାରତ ଉପଲବ୍ଧି ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଉତ୍ପନ୍ନ କରିଛି। ଆଉ ଏବେ ଆମ ଦେଶ ଅଟକିବ ନାହିଁ। ସେ କହିଛନ୍ତି ଛଟ୍ ପୂଜା ଏବେ ରାଷ୍ଟ୍ରୀୟ ପର୍ବ ହୋଇଛି ଯାହା ଆମ ପାଇଁ ଖୁବ୍ ଖୁସିର କଥା।‘