ଝାରସୁଗୁଡ଼ା ୧୩।୧୨: ଝାରସୁଗୁଡ଼ା ପୌର ପରିଷଦରେ ମଶା ତେଲ କିଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ୪ ଜଣଙ୍କୁ ଗିରଫ କରିଛି । ପୌର ପରିଷଦ ଅକାଉଟାଣ୍ଟ ଅଚ୍ୟୁତାନନ୍ଦ ସ୍ୱାଇଁ ଓ ସାନିଟେସନ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ ଓ ପୂର୍ବତନ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡିଙ୍କ ସହ ମଶା ତେଲ ଯୋଗାଇ ଥିବା ଫ୍ୟୁଜନ୍ ଗ୍ରୁପର ମାଲିକ ଆଶୁତୋଷ ଅଗ୍ରୱାଲଙ୍କୁ ଗିରଫ କରିଛି । ସମସ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।
ଗୁରୁବାର ଝାରସୁଗୁଡା ପୌର ପରିଷଦର ଦୁଇ ଅଧିକାରୀଙ୍କ ସହ ସପ୍ଲାୟରଙ୍କୁ ସୁନ୍ଦରଗଡ ଭିଜିଲାନ୍ସ ଅଫିସରେ ଜେରା କରାଯିବା ପରେ ଝାରସୁଗୁଡା ଅଣାଯାଉଛି । ମଶା ତେଲ ୭୭ ଟଙ୍କା ବଦଳରେ ୭୪୦ ଟଙ୍କା ଲିଟର ପିଛା ୭ ହଜାର ୫ଶହ ଲିଟର କିଣିଥିଲେ ପୌର ପରିଷଦ।
You Can Read:
ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କରିବେ ‘ମାଲ୍ୟବନ୍ତ ମହୋତ୍ସବ-୨୦୨୪’