ଓ୍ବାକଫ୍ ବୋର୍ଡ ମନମାନୀରେ ଲାଗିବ ଲଗାମ୍; ଲିମିଟେସନ୍ ଧାରା ଅଧୀନରେ ନୂଆ ବିଲ୍

Published By : Prameya-News7 Bureau | April 04, 2025 IST

ନୂଆଦିଲ୍ଲୀ: ଓ୍ବାକଫ୍ ସଂଶୋଧନ ବିଧେୟକକୁ ନେଇ ସଂସଦରେ ଚର୍ଚ୍ଚା ହେବା ପରେ ରାତିରେ ବହୁମତ ସହ ବିଲ୍ ପାରିତ ହୋଇଛି । ଲୋକସଭାରେ ସପକ୍ଷରେ ୨୮୮ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ରାଜ୍ୟସଭାରେ ୧୨୮ଜଣ ସଦସ୍ୟ ବିଲକୁ ସମର୍ଥନ ମିଳିଛି । ବିଲ୍ ଆଇନରେ ପରିଣତ ହେବାକୁ ଆଉ ମାତ୍ର ଗୋଟିଏ ପାଦ ବାକି ରହିଛି । ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏହା ଆଇନରେ ପରିଣତ ହେବ । ତେବେ ଏହାରି ଭିତରେ ଓ୍ବାକଫ୍ ବିଲ୍‌ରେ ହୋଇଥିବା ସଂଶୋଧନ ଏବଂ ଏହା ଦ୍ବାରା ଓ୍ବାକଫ୍ ବୋର୍ଡ ଉପରେ ପଡିବାକୁ ଥିବା ପ୍ରଭାବକୁ ନେଇ ଚର୍ଚ୍ଚା ଜୋର୍ ହେଉଛି । ଲିମିଟେସନ୍ ଆକ୍ଟକୁ ନେଇ ବିଧେୟକରେ ଏକ ପରିବର୍ତ୍ତନ ହୋଇଛି । ସରକାର ସଂଶୋଧିତ ବିଲ୍ ଜରିଆରେ ବୋର୍ଡକୁ ଲିମିଟେସନ୍ ଧାରା ଅଧୀନକୁ ନେଇଛନ୍ତି । 

ଓ୍ବକଫ୍ ଅଧିନିୟମ ୧୯୯୫ରେ ଓ୍ବାକଫ୍ ବୋର୍ଡ ଲିମିଟେସନ ଆକ୍ଟ ବାହାରେଥିଲା । ଓ୍ବାକଫ୍ ଅଧିନିୟମ ଧାରା ୧୦୭ରେ ବୋର୍ଡ ସମ୍ପତ୍ତି ଲିମିଟେସନ ଆକ୍ଟ ୧୯୬୩ରେ ଅଧୀନରେ ଆସିବ ନାହିଁ ବୋଲି କୁହାଯାଇଥିଲା । ଲିମିଟେସନ ଅଧିନିୟମରେ କୌଣସି ମାମଲା କେତେ ଦିନ ଭିତରେ ଅଭିଯୋଗ ଦାୟର ହେବ ଏବଂ କିପରି ହେବ ଏହା ଜରୁରୀ । ଧାର୍ଯ୍ୟ ସମୟ ଅବଧି ପରେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ମାମଲା ଖାରଜ ହୋଇଯାଇଥାଏ । ସେହିପରି ଘରୋଇ ସମ୍ପତ୍ତି କ୍ଷେତ୍ରରେ ଏହି ମାମଲାର ସମୟ ସୀମା ୧୨ ବର୍ଷ ରହିଛି ।  

ଏହାକୁ ସରଳ ଭାବେ ବୁଝିବାକୁ ଗଲେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଜମିକୁ କବଜା କରିଥାଏ, ତେବେ ଏହାକୁ ଫେରାଇ ନେବା ପାଇଁ ୧୨ ବର୍ଷ ଭିତରେ କୋର୍ଟରେ କେସ୍ କରିବା ଆବଶ୍ୟକ । ଓ୍ବାକଫକୁ ଲିମିଟେସନ ଆକ୍ଟରୁ ଛୁଟି ମିଳିଥିବା ସମୟରେ ନିୟମକୁ ବୁଝିବାକୁ ଗଲେ, କୌଣସି ବ୍ୟକ୍ତି କୌଣସି ଜମିରେ ୫୦ ବର୍ଷ ଧରି ଚାଷ କରିବା ସହିତ ସମାନ । ପରେ ପରେ ଓ୍ବାକଫ୍ ସେହି ଜମିକୁ ନିଜର ବୋଲି ଦାବି କରୁଥିଲା । ତେବେ ଲିମିଟେସନ ଆକ୍ଟ ଲାଗୁ ନଥିବାରୁ ବ୍ୟକ୍ତିକୁ ନିଜର ପକ୍ଷ ରଖିବା ସୁଯୋଗ ମିଳୁନଥିଲା । ତେଣୁ ଓ୍ବାକଫ ବୋର୍ଡ ଏହାକୁ ନିଜ ସମ୍ପତ୍ତି ବୋଲି ଦାବି କୁରଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.