ଅସରାଏ ବର୍ଷାରେ ବୁଡିଲା ସରକାରୀ ହାଟପଦା, ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣକୁ ଦାୟୀ କଲେ ଲୋକେ

Published By : Prameya-News7 Bureau | July 15, 2024 IST

ବୌଦ୍ଧ ୧୫/୭:  ବର୍ଷାରେ ବୁଡିଲା ସରକାରୀ ହାଟପଦା । ଦୋକାନୀ ଓ ଗ୍ରାହକ ହୀନସ୍ତା । ଅସରାଏ ବର୍ଷାରେ ତାଳସରଡ଼ା ଗ୍ରାମ ପଞ୍ଚାୟତରେ ନୂଆ କରି ନିର୍ମାଣ ହୋଇଥିବା ସରକାରୀ ହାଟପଦାରେ ପାଣି ଜମିଛି । ଫଳରେ ଦୋକାନୀ ଠିକରେ ଦୋକାନ ଖୋଲିପାରୁନାହାନ୍ତି କି ଗ୍ରାହକ ଆସିପାରୁନାହାନ୍ତି । ହାଟପଦା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ଡ୍ରେନ ନିର୍ମାଣ ନହେବା ଯୋଗୁ ଅଳ୍ପ ବର୍ଷା ହେଲେ ପାଣି ନିଷ୍କାସନ ହୋଇନପାରି ଜମି ରହୁଛି । ହାଟରେ ଟିୱେଲ ଥିଲେ ମଧ୍ୟ ପାଣି ଜମି ରହୁଥିବାରୁ ଲୋକେ ଟିୱେଲ ପାଖକୁ ଯାଇପାରୁନାହାନ୍ତି । ପୋଷ୍ଟଅଫିସ ଯାତାୟତରେ ବାଧକ ସାଜିଛି ପାଣି । ସମସ୍ୟାର ସମାଧାନ ପାଇଁ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା କ୍ଷୋଭର ସହ କହିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।


 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.