କୋଲକାତା ୨୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ଯେ ସରକାର ରାଜ୍ୟ ଉଚ୍ଚନ୍ୟାୟାଳୟରେ ସଞ୍ଜୟ ରାୟ ବିରୋଧରେ ମୃତ୍ୟୁଦଣ୍ଡ ଦାବି କରିବେ। ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀକୁ ସିଆଲଦହ କୋର୍ଟ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। କୋର୍ଟଙ୍କ ଏହି ରାୟରେ ପୀଡ଼ିତାଙ୍କ ମାତାପିତା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ରାଜନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ନେଇ ମମତା ବାନାର୍ଜୀ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଯେ ଆରଜି କର ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହା ଦେଖି ମୁଁ ସ୍ତବ୍ଧ ଯେ ଆଜି କୋର୍ଟଙ୍କ ରାୟରେ ଏହା ବିରଳତମ ମାମଲା ନୁହେଁ ବୋଲି କହିଛନ୍ତି। ତେବେ ମୋର ବିଶ୍ୱାସ ଯେ ଏହା ନିଶ୍ଚିତ ରୂପେ ଏକ ବିରଳ ମାମଲା ଓ ଏଥି ପାଇଁ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ନ୍ୟାୟ। ଏହା ରେୟାରେଷ୍ଟ ରେୟାର କେସ ନୁହଁ ବୋଲି କୋର୍ଟ କିପରି ନିଷ୍କର୍ସରେ ପହଞ୍ଚିଲେ ସେ ନେଇ ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।
In the R.G. Kar junior doctor's rape and murder case, I am really shocked to see that the judgement of the Court today finds that it is not a Rarest of Rare case!
— Mamata Banerjee (@MamataOfficial) January 20, 2025
I am convinced that it is indeed a rarest of rare case which demands capital punishment. How could the judgement…
ମମତା କହିଛନ୍ତି ଏହା ସବୁଠୁ ଭୟାବହ ଓ ସମ୍ବେଦନଶୀଳ ମାମଲା। ଆମେ ଏଥି ପାଇଁ ଦୋଷୀ ପାଇଁ ମୃତ୍ୟୁଦଣ୍ଡ କାମନା କରୁଛୁ ଓ ଏହା ହିଁ ତାର ନାଜ୍ୟ ପ୍ରାପ୍ୟ ବୋଲି କହିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଗତ ୩-୪ମାସ ହେଲା ଏପରି ମାମଲାର ଦୋଷୀଙ୍କୁ ରାଜ୍ୟ କୋର୍ଟମାନେ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। କିନ୍ତୁ ଆରଜି କର ମାମଲା ଏଥିରେ ଏକ ଅପବାଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଓ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ କୋର୍ଚଙ୍କ ରାୟ ରାଜ୍ୟର ଚିକିତ୍ସା ପେଷାଧାରୀଙ୍କୁ ଦୋହଲାଇ ଦେଇଛି ଓ ବ୍ୟାପକ ବିରୋଧ ପ୍ରଦର୍ଶନକୁ ଜନ୍ମ ଦେଇଛି।
ମମତା ଉଲ୍ଲେଖ କରିଛନ୍ତି ମୁଁ ଦୃଢତାର ସହିତ କହୁଛି ଏହା ଏକ ଜଘନ୍ୟ ଅପରାଧ ଓ ଏଥି ଲାଗି ମୃତ୍ୟୁଦଣ୍ଡ ହିଁ ଆବଶ୍ୟକ। ଆମେ ଏବେ ଉଚ୍ଚ ନ୍ୟାୟାଳୟରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଗୁହାରି କରିବୁ। କୋର୍ଟ ଗତବର୍ଷ ଅଗଷ୍ଟ ମାସରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି।