ଏହି ଦିନ ହେବ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା

Published By : Prameya-News7 Bureau | January 02, 2025 IST

abp live

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ ଅଳ୍ପ ଦିନ ବାକି ରହିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୀଘ୍ର ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରିବ। ରିପୋର୍ଟ ଅନୁଯାୟୀ, ବିସିସିଆଇ ଜାନୁଆରୀର ଦ୍ଵିତୀୟ ସପ୍ତାହରେ ଦଳ ଘୋଷଣା କରିପାରେ। ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଟିମ୍ ଇଣ୍ଡିଆ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡ଼େଜା ଖେଳିବା ନିଶ୍ଚିତ।

ଆଇସିସି ଅନୁଯାୟୀ, ସମସ୍ତ ଦଳ ଜାନୁଆରୀ ୧୨ ସୁଦ୍ଧା ନିଜର ଦଳ ଘୋଷଣା କରିବାକୁ ପଡ଼ିବ। ତେଣୁ ଏହି ତାରିଖ ପୂର୍ବରୁ ବିସିସିଆଇ ଦଳ ଘୋଷଣା କରିବ। ସ୍ପୋର୍ଟ୍ସତକରେ ପ୍ରକାଶିତ ଖବର ଅନୁଯାୟୀ, ବିସିସିଆଇ ଜାନୁଆରୀ ୧୧ ତାରିଖରେ ଭାରତୀୟ ଦଳ ଘୋଷଣା କରିପାରେ। ତେବେ ଏହାକୁ ନେଇ ଅଦ୍ୟାବଧି କୌଣସି ସୂଚନା ଦିଆଯାଇ ନାହିଁ। 

Also read: ମନୁ ଭାକର, ଡି. ଗୁକେଶଙ୍କ ସମେତ ୪ଜଣଙ୍କୁ ଖେଳ ରତ୍ନ; ୩୨ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର

ଚାମ୍ପିଅନ୍ସ ଟ୍ରଫିରେ ଅଂଶ ଗ୍ରହଣ କରୁଥିବା ୮ଟି ଦଳ ମଧ୍ୟରୁ ସର୍ବପ୍ରଥମେ ଇଂଲଣ୍ଡ ନିଜର ଦଳ ଘୋଷଣା କରି ସାରିଛି। ଜୋସ ବଟଲର ଦଳର ନେତୃତ୍ଵ ନେଉଥିବା ବେଳେ ଫିଲିପ ସଲ୍ଟ ଓ ମାର୍କ ଉଡଙ୍କ ପରି ତାରକା ଖେଳାଳି ଆଶା ଅନୁରୂପ ଦଳରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ପରେ ଏବେ ବାକି ଦଳଗୁଡ଼ିକ ଶୀଘ୍ର ନିଜର ଦଳ ଘୋଷଣା କରିବେ। 

ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ଫେବୃଆରୀ ୨୦ର ବାଂଲାଦେଶ ସହ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପରେ ଫେବୃଆରୀ ୨୩ରେ ପାକିସ୍ତାନ ସହ ରହିଛି ହାଇ ଭୋଲଟେଜ୍ ମ୍ୟାଚ୍। ତୃତୀୟ ମ୍ୟାଚ୍‌ରେ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମୁକାବିଲା ମାର୍ଚ୍ଚ ୨ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.