ଯେଉଁଠି ରାଜା ଅନ୍ଧ...ସେଠି ଦ୍ରୌପଦୀଙ୍କ ହେଉଛି ବସ୍ତ୍ରହରଣ; ସରକାରଙ୍କୁ ଅଧୀର ରଞ୍ଜନଙ୍କ ଟାର୍ଗେଟ୍

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବିତର୍କର ଆଜି ହେଉଛି ତୃତୀୟ ଦିନ। ଗୁରୁବାର ବିତର୍କ ସମୟରେ ନିଜର ବକ୍ତବ୍ୟରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସରକାରଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରିଛନ୍ତି। ଅଧୀର ରଞ୍ଜନ ନିଜ ଭାଷଣରେ ମଣିପୁର ହିଂସା ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆପଣଙ୍କୁ ମୁଁ ସମ୍ମାନର ସହ କହିବାକୁ ଚାହୁଁଛି ଯେ, ଆପଣ ଥରେ ନୁହେଁ ୧୦୦ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏଥିରେ ଆମର କୌଣସି ଫରକ ପଡ଼ିବନି। ଆମର ଚିନ୍ତା ଦେଶର ଜନତାଙ୍କ ପାଇଁ। ଯେବେ ମୁଁ ମଣିପୁର ଗଲି ସେଠାକାର ଲୋକଙ୍କ ଦୁର୍ଦ୍ଦଶା ଦେଖିଲି। ସେଠାକାର ଅବସ୍ଥା ଦେଖିବା ପରେ ହୃଦବୋଧ କଲି ଯେ, ଦେଶର ସବୁଠୁ ବଡ଼ ମୁଖିଆ ହୋଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଥରୁଟିଏ ମଣିପୁରବାସୀଙ୍କ ପାଇଁ କିଛି ସନ୍ଦେଶ ଦେବା ଉଚିତ୍।

wp:heading {"level":4}

Also read- ମୁଁ ରାହୁଲ ଗାନ୍ଧୀଙ୍କୁ ଫ୍ଲାଇଂ କିସ୍ କରୁଥିବା ଦେଖି ନାହିଁ, ଅଭିଯୋଗ ପରେ ଏମିତି କହିଲେ ହେମା ମାଳିନୀ

/wp:heading

ଅନାସ୍ଥା ପ୍ରସ୍ତାବ ସମୟରେ ନିଜ ଭାଷଣରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯେବେ ରାଜା ଅନ୍ଧ ହୁଅନ୍ତି ସେହି ସମୟରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହୋଇଥିଲା। ଆଜିର ରାଜା ମଧ୍ୟ ଅନ୍ଧ, ସେଥିପାଇଁ ଆଜି ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଛି। ସେ ହସ୍ତିନାପୁର ହେଉ କିମ୍ବା ମଣିପୁର ହେଉ। ଅଧିର ରଞ୍ଜନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନା ନିରବ ମୋଦୀଙ୍କ ସହ କରି କହିଛନ୍ତି, କୋଟି କୋଟି ଟଙ୍କା ଲୁଟି ନିରବ ମୋଦୀ ଫେରାର ମାରିଲା। ତାକୁ କେହି ଧରି ପାରିଲେ ନାହିଁ। ସରକାରଙ୍କ ଏତେ ଶକ୍ତି ନାହିଁ ଯେ ତାକୁ ଧରି ଦେବେ।

wp:heading {"level":4}

Also read- କାରଗିଲ୍ ଲଢିଲି, ହେଲେ ପତ୍ନୀଙ୍କୁ ରକ୍ଷା କରି ପାରିଲି ନାହିଁ; ମଣିପୁର ଘଟଣାରେ ରିଟାୟର୍ଡ ଯବାନଙ୍କ ପୀଡ଼ା

/wp:heading

ସେ କହିଛନ୍ତି,  ମୁଁ ତ ଭାବୁଛି ନିରବ ମୋଦୀ ସବୁ ଦିନ ପାଇଁ ଭାରତର ହାତ ମୁଠାରୁ ଖସି ସାରିଛି। କିନ୍ତୁ ଏବେ ଜଣା ପଡ଼ିଲା ଯେ ନିରବ ମୋଦୀ ଦୂରରେ ନାହାନ୍ତି। ମଣିପୁର ଘଟଣା ଦେଖିବାପରେ ଏହା  ଜଣା ପଡ଼ିଛି ଯେ, ନିରବ ମୋଦୀ ହିନ୍ଦୁସ୍ଥାନରେ ଅଛି। ନରେନ୍ଦ୍ର ମୋଦୀ ନିରବ ମୋଦୀ ସାଜି ହିନ୍ଦୁସ୍ଥାନରେ ଏ ପର୍ଯ୍ୟନ୍ତ ନିରବ ହୋଇ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.