୨୦୨୪ରେ କିଏ ହାତେଇବ କେତେ ସିଟ୍, ଚାଲିଛି ଅଙ୍କ କଷା, ରାଜନୀତି ସରଗରମ

Published By : Prameya-News7 Bureau | November 12, 2023 IST

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନରେ କାହାର ପଲ୍ଲା ଭାରି ହେବ ।   କେଉଁ ଦଳକୁ ମିଳିବ ଅଧିକ ସିଟ୍  ତାକୁ ନେଇ ଏବେ ଠୁ ରାଜନୀତି ଗଣିତ କଷା ଚାଲିଲାଣି । ବିଧାନସଭା ନିର୍ବାଚନରେ ବିଜେଡି ୧୩୦ ସିଟ୍ ହାତେଇବ ବୋଲି ଦଳୀୟ ନେତା କହିବା ପରେ ତାକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି ।  ବିଜେଡି  ୧୩୦ ମିଶନ ନାରା ଦେଉଥିବା ବିଜେପି ନୂଆ ରେକର୍ଡ କରିବେ ବୋଲି ଦଳୀୟ ନେତାଏ ଯୁକ୍ତି ବାଢୁଥିବାବେଳେ କଂଗ୍ରେସ ୯୪ ଟି ସିଟରେ ଜିତିବ ବୋଲି କହିଛି । ଏସବୁକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି ।

wp:heading {"level":4}

Also read- ଗଞ୍ଜାମ ରାଜନୀତି ଚଳଚଞ୍ଚଳ, ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମୁହାଁମୁହିଁ

/wp:heading

୨୦୨୪ରେ କିଏ କରିବ ରେକର୍ଡ । କିଏ ହାତେଇବେ କେତେ ସିଟ । ସାଧାରଣ ନିର୍ବାଚନ ଲାଗି ରାଜ୍ୟ ରାଜନୀତିର ପାଣିପାଗ ସରଗରମ ହେଉଥିବାବେଳେ ନୂଆ ରେକର୍ଡ ପାଇଁ ଚାଲିଲାଣି ଅଙ୍କ କଷା । ବିଜେଡିର ଟାର୍ଗେଟ ୧୩୦ ବିଜେପିର ମିଶନ ୧୨୦କୁ କଂଗ୍ରେସର ସ୍ଲୋଗାନ ୯ରୁ ୯୦। ରାଜନୀତି ଗଣିତ କଷିଲେଣି ଉଭୟ ଶାସକ ଓ ବିରୋଧୀ । ଲଗାତର ପଞ୍ଚମ ଥର ଲାଗି ରାଜ୍ୟ ଶାସନ ଗାଦିରେ ବସିଥିବା ବିଜେଡି ୨୦୨୪ ସାଧାରଣ ନିର୍ବାଚନ ଜିତି ନୂଆ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି। ଲଗାତର ଷଷ୍ଠ ଥର ଲାଗି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଶାସନ ଗାଦିରେ ବସାଇ ରେକର୍ଡ କରିବାକୁ ଦଳ ଶପଥ ନେଇଛି। ଆସନ୍ତା ନିର୍ବାଚନରେ ୧୩୦ ସିଟ ପାଇଁ ଟାର୍ଗେଟ କରିଛି । ୨୦୨୪ ରେ ବି ବିଜେଡିକୁ ଶ୍ରେଷ୍ଠ ସଫଳତା ମିଳିବ,  ନିଶ୍ଚିତ ବିପୁଳ ବିଜୟ ହେବ ବୋଲି କହିଛି।

{"id":868964,"sizeSlug":"full","linkDestination":"none"}

୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଥିଲା । ନମ୍ବର ଥ୍ରୀରେ ଥିବା ଦଳ ତାର ଭୋଟ ପ୍ରତିଶତକୁ ବଢାଇବାରେ ସଫଳ ହେବା ସହ କଂଗ୍ରେସକୁ ପଛରେ ପକାଇ ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିଲା।  ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ମିଶନ ୧୨୦କୁ ଦୋହରାଇଛି । ମିଶନ ପୂରଣ କରି ଶାସନ ଗାଦି ହାତେଇବାକୁ ଦଳ ବୁଥ ସ୍ତରରୁ ସଙ୍ଗଠନ ସଜାଡି କାମ ଜାରି ରଖିଛି। କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରି ମହାଜନସଂପର୍କ ଅଭିଯାନରେ ସାମିଲ ହେଉଛନ୍ତି ।  ୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଜେପି କହିଛି ସର୍ବାଧିକ ସିଟ କେମିତି ଜିତି ରାଜ୍ୟରେ ସରକାର କରି ନୂଆ ରେକର୍ଡ କରିବୁ ସେଥିପାଇଁ ଦଳ କାମ କରୁଛି ।

{"id":868966,"sizeSlug":"full","linkDestination":"none"}

ଗତ ସାଧାରଣ ନିର୍ବାଚନରେ ୯ ବିଧାନସଭା ସିଟ ଜିତି ଭୋଟ ଗଣିତରେ ପଛରେ ପଡ଼ିଥିବା କଂଗ୍ରେସ ଆସନ୍ତା ନିର୍ବାଚନ ପାଇଁ ସ୍ଲୋଗାନ ରଖିଛି ୯ରୁ ୯୦।ଦଳର ବରିଷ୍ଠ ନେତା ତଥା ବିଧାୟକ  ସୁର ରାଉତରାୟ  କହିଛନ୍ତି ସାଧାରଣ ନିର୍ବାଚନରେ କଂଗ୍ରେସ ୯୪ ଟି ସିଟରେ ବିଜୟ  ହେବ।  ଆମେ ରାଜ୍ୟରେ ସରକାର କରିବୁ ବୋଲି ସେ କହିଛନ୍ତି । ନିର୍ବାଚନ ଢେର ଦିନ ବାକି ଥିଲେ ବି ରାଜ୍ୟରେ ରାଜନୈତିକ ଦଳ ଗୁଡିକ ଏବେ ଠୁ ନିଜ ନିଜ ମିଶନ ସଫଳ କରିବା କାମରେ ଲାଗିଗଲେଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.