WTC Point Table: ଶୀର୍ଷକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡର ପରାଜୟରେ ରୋହିତ ବାହିନୀଙ୍କୁ ମିଳିଲା ଫାଇଦା

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ୨୦୨୩-୨୫ ସିଜିନରେ ପଏଣ୍ଟ ଟେବୁଲରେ ପୁଣି ଥରେ ଭାରତ ଶୀର୍ଷକୁ ଉଠିଛି।  ଅଷ୍ଟ୍ରେଲିଆ ହାତରୁ ପରାଜୟ ପରେ ଭାରତ ପ୍ରଥମ ସ୍ଥାନକୁ ଉଠିଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଓ୍ଵେଲିଂଟନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଆୟୋଜକ କିଓ୍ଵି ଦଳ ୧୭୨ ରନରେ ପରାଜିତ ହୋଇଛି। ପରାଜୟ ସହ ଦଳ ଡବ୍ଲ୍ୟୁଟିସିର ପଏଣ୍ଟ ତାଲିକାରେ ଏକ ନମ୍ବର ସ୍ଥାନ ହରାଇ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି। ଆଉ ଭାରତ ଶୀର୍ଷ ସ୍ଥାନକୁ ଖସିଛି।

wp:heading {"level":4}

Also read- ଇଶାନ ଓ ଆୟରଙ୍କ ଚୟନ ଉପରେ ସଙ୍କଟ, ଟିମ୍ ଇଣ୍ଡିଆକୁ ଫେରିବା ପାଇଁ IPL ପର୍ଯ୍ୟାପ୍ତ ନୁହେଁ !

/wp:heading

ଓ୍ଵେଲିଂଟନ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ୭୫ ପ୍ରତିଶତ ଅଙ୍କ ସହ ଶୀର୍ଷରେ ରହିଥିଲା। ଭାରତ ୬୪.୫୮ ପ୍ରତିଶତ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ଥିଲା। ତେବେ ପରାଜୟ ପରେ ନ୍ୟୁଜିଲାଣ୍ଡ ୬୦ ପ୍ରତିଶତ ଅଙ୍କ ସହ ଦ୍ଵିତୀୟ ସ୍ଥାନକୁ ଖସି ଆସିଛି ଏବଂ ଭାରତ ଏକ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି। ବିଜୟ ପରେ ଅଷ୍ଟ୍ରେଲିଆ ୫୯.୦୯ ପ୍ରତିଶତ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି।

ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାରି ରହିଛି। ପ୍ରଥମ ମ୍ୟାଚ୍‌ ହାରିବା ପରେ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ଟି ମ୍ୟାଚ୍ ଜିତି ସିରିଜ୍ କବଜା କରି ସାରିଛି। ଦଳ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଜିତେ ତେବେ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଆହୁରି ମଜବୁତ ହେବ। ଯଦି ଦଳ ପରାଜୟ ଭୋଗେ ତେବେ ଡବ୍ଲ୍ୟୁଟିସି ପଏଣ୍ଟ ତାଲିକାରେ କ୍ଷତି ଘଟିବ।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳା ଯାଉଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ନାଁରେ ରହିଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ ଏବେ ବାକି ରହିଛି। ଯେଉଁ ଦଳ ଏହି ମୁକାବିଲା ଜିତିବ ଡବ୍ଲ୍ୟୁଟିସିର ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନକୁ ଉଠିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.