ଉଦଳା ୧।୬: ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ୍ ଦାନ ଚାଲିଥିବା ବେଳେ ଉଦଳା ନିର୍ବାଚନମଣ୍ଡଳୀ ଯମୁନାଗଡ଼ର ବସ୍ତିବାସିନ୍ଦାଙ୍କ ଭୋଟ୍ ବର୍ଜନ । ବିଭିନ୍ନ ସମସ୍ୟା ନେଇ ଶିମିଳିପାଳର ଯମୁନାଗଡ଼ର ବିସ୍ଥାପିତଙ୍କ ଭୋଟ୍ ବର୍ଜନ l ୨୦୧୫ ମସିହାରୁ ପ୍ରଶାସନ ପକ୍ଷରୁ ଶିମିଳିପାଳ କୋର ଏରିଆ ଯମୁନାଗଡରୁ ୪୦ରୁ ଉର୍ଦ୍ଧ୍ବ ପରିବାରଙ୍କୁ ଉଦଳା ବ୍ଲକ ବାହୁବନ୍ଧ ପଂଚାୟତ ନାବରା ଗ୍ରାମରେ ଥଇଥାନ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା l ତେବେ ଦୀର୍ଘ ଦିନ ଧରି ସେମାନଙ୍କର ସ୍ଥାୟୀ ଜମିପଟ୍ଟା, ସରକାରୀ ଯୋଜନାରେ ଘର, ଏପରିକି ପିଲା ମାନଙ୍କର ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥାର ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ କରି ଉର୍ମଳ ଠାରେ ଥିବା ମତଦାନ କେନ୍ଦ୍ର ନିକଟରେ ଭୋଟ୍ ବର୍ଜନ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭୋଟ୍ଦାନରୁ ବିରତ ରହିବେ ବୋଲି ଚେତାବନୀ ଦେଇଛନ୍ତି l
You Can Read :
ଅସ୍ବାଭାବିକ ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ