ଭଦ୍ରକରେ ଯୋଗ ଦିବସ ପାଳିତ, ସାମିଲ ହେଲେ ହଜାର ହଜାର ଲୋକ

Published By : Prameya-News7 Bureau | June 21, 2024 IST

ଭଦ୍ରକ ୨୧।୦୬ : ଭଦ୍ରକ ଜିଲ୍ଲାରେ ବିଶ୍ୱ ଯୋଗ ଦିବସ ପାଳିତ। ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ସହ ସରକାରୀ ଓ ବେସରକାରୀ ସ୍ଥରରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଶିବିରରେ ସାମିଲ ହୋଇଛନ୍ତି ଶହ ଶହ ଲୋକେ । 

ଭଦ୍ରକ ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ନେହେରୁ ଷ୍ଟାଡିୟମ ଠାରେ ଯୋଗ ଦିବସ ପାଳିତ ହୋଇଛି । ଏଥରର ଥିମ ରହିଛି ନିଜ ଓ ସମାଜ ପାଇଁ ଯୋଗ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପଲ୍ଲୀଙ୍କ ସହ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ , ଭଦ୍ରକ ବିଧାୟକ ମଧ୍ୟ ଯୋଗ ଦେଇଥିଲେ । ଯୋଗ ଶିକ୍ଷକଙ୍କ ଉପସ୍ଥିତିରେ ହଜାର ହଜାର ସଂଖ୍ୟକ ଲୋକ ସାମୂହିକ ଭାବେ ଯୋଗ କରିଥିଲେ। ଯୋଗ ମାଧ୍ୟମରେ ଜୀବନଶୈଳୀରେ ପରିବର୍ତ୍ତନ ନେଇ ଅତିଥି ମାନେ ମତ ଦେଇଥିଲେ । 

  • International Yoga Day 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.