ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ମାମଲା; ସୁପ୍ରିମକୋର୍ଟ କହିଲେ ସରକାର ନକଲେ ଆମେ କରିବୁ  

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ,୨୭/୦୨: ଭାରତୀୟ ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।  ସୋମବାର ଏ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଦାୟର ଆବେଦନର ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ ସରକାରଙ୍କ କହିଛନ୍ତି, ‘ଆପଣ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଅନ୍ତୁ ନଚେତ ଆମେ ଆଦେଶ ଜାରି କରିବୁ ।’ ଆସନ୍ତା ମାର୍ଚ୍ଚ ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । 

ଭାରତୀୟ କୋଷ୍ଟାଲ୍ ଗାର୍ଡ ଯୋଗ୍ୟ  ମହିଳା ସର୍ଟ-ସର୍ଭିସ୍‌ କମିଶନ ଅଧିକାରୀଙ୍କୁ  ସ୍ଥାୟୀ କମିଶନ ଦେବା ଲାଗି ଜଣେ ମହିଳା ଅଧିକାରୀଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ  ଶୁଣାଣି କରିଛନ୍ତି । ଶୁଣାଣିବେଳେ ଆଟର୍ଣ୍ଣି  ଜେନେରାଲ ଆର୍‌. ଭେଙ୍କଟରମଣି କହିଥିଲେ  ଯେ, ନୌସେନା ଏବଂ ତଟରକ୍ଷୀ ବାହିନୀ ସମ୍ପୂର୍ଣ୍ଣ  ଭିନ୍ନ । ଏହି ପ୍ରସଙ୍ଗରେ ଏକ ବୋର୍ଡ ଗଠନ କରାଯାଇଛି । ଏଥିରେ ଗଠନମୂଳକ ପରିବର୍ତ୍ତନର  ଆବଶ୍ୟକତା ରହିଛି ।

wp:embed {"url":"https://www.prameyanews7.com/samajwadi-party-mla-manoj-pandey-resigns-from-post-of-chief-whip-voting-of-rajya-sabha-elections/","type":"wp-embed","providerNameSlug":"prameya-news-7"}
https://www.prameyanews7.com/samajwadi-party-mla-manoj-pandey-resigns-from-post-of-chief-whip-voting-of-rajya-sabha-elections/
/wp:embed

ସିଜେଆଇ ଡି.ୱାଇ  ଚନ୍ଦ୍ରଚୂଡ଼ କହିଥିଲେ, ୨୦୨୪ରେ କାର୍ଯ୍ୟକ୍ଷମତା  ଆଦି ତର୍କରେ କୌଣସି ଦମ୍‌ ନାହିଁ । ଏବେ ମହିଳାଙ୍କୁ ବାଦ୍‌ ଦେଇପାରିବେ ନାହିଁ । ଯଦି ଆପଣ  ଏପରି କରିବେନି ତେବେ ଆମେ ତାଙ୍କ ପାଇଁ ସ୍ଥାୟୀ କମିଶନ ଗଠନ କରିବୁ । ଏହା ପୂର୍ବରୁ ଗତ ୨୦  ତାରିଖରେ ଏହି ମାମଲାରେ ଶୁଣାଣି ହୋଇଥିଲା ।  ସେତେବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ  ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ ।  କୋଷ୍ଟଗାର୍ଡରେ ମହିଳାଙ୍କ ପ୍ରତି ସରକାର କାହିଁକି  ଏତେ ଉଦାସୀନ ବୋଲି ପଚାରିଥିଲେ । ଯଦି  ମହିଳାମାନେ ସୀମା ରକ୍ଷା କରିପାରୁଛନ୍ତି ତେବେ  ତଟରକ୍ଷା ମଧ୍ୟ କରିପାରିବେ ବୋଲି ସର୍ବୋଚ୍ଚ  ଅଦାଲତ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.