ମେମୁ ଟ୍ରେନ୍‌ରୁ ଡେଇଁଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | April 21, 2024 IST

ଜଳେଶ୍ବର ୨୧।୪: ବାଲେଶ୍ଵର ଜିଲ୍ଲା ରାଜଘାଟ ରେଳଷ୍ଟେସନରେ ଖଡ଼ଗପୁର ଭଦ୍ରକ ମେମୁ ଟ୍ରେନରୁ ଡେଇଁଲେ ଯୁବକ । ଟ୍ରେନ୍‌ରୁ ଡେଇଁବା ଯୋଗୁଁ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ରବିବାର ସକାଳ ସମୟରେ ବଣିଆମାରି ଗ୍ରାମର ବୁଲୁ ମହାନ୍ତିଙ୍କ ୨୭ ବର୍ଷର ପୁତ୍ର ଗୌତମ ମହାନ୍ତି ନିଜ ଅଟୋରେ ଗ୍ରାମର କିଛି ଲୋକଙ୍କୁ ଷ୍ଟେସନକୁ ଆଣିଥିଲେ । ତେବେ ଷ୍ଟେସନରେ ଖଡ଼ଗପୁର ଭଦ୍ରକ ମେମୁ ଟ୍ରେନରେ ଲୋକମାନଙ୍କୁ ଉଠାଇବା ସହିତ ସେମାନଙ୍କର ଜିନିଷପତ୍ରକୁ ଧରି ନିଜେ ଗାଡ଼ି ଭିତରକୁ ନେଇଯାଇଥିବା ବେଳେ ଟ୍ରେନ୍ ଛାଡି ଦେଇଥିଲା। ଉପାୟ ନପାଇ ଗୌତମ ଟ୍ରେନରୁ ପ୍ଲାଟଫର୍ମ ଉପରକୁ ଡିଆଁ ମାରିଥିଲେ । ତେବେ ପ୍ଲାଟଫର୍ମରେ ଥିବା ଲୋକଙ୍କ ପାଇଁ ଅଳ୍ପକେ ଟ୍ରେନ ତଳକୁ ଯିବାରେ ବର୍ତ୍ତି ଯାଇଥିଲେ ମଧ୍ୟ ଗୁରୁତର ହୋଇ ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ତାଙ୍କୁ ଟଟୋ ଯୋଗେ ବସ୍ତା ମେଡିକାଲକୁ ନିଆଯାଇଛି ।

You Can Read :

ଆଦର୍ଶ ଆଚରଣ ବିଧି ଉଲଘଂନ କରୁଛି ବିଜେପି, ୪୫ଡିଗ୍ରୀ ଖରାରେ ଶିଶୁଙ୍କୁ ନେଇ କରୁଛି ପ୍ରଚାର : ଅଭିଯୋଗ କଲା ବିଜେଡି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.