ଜଳେଶ୍ବର ୫।୧୧: ଜଳେଶ୍ବର ଷ୍ଟେସନ ପରିସରରେ ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ମୃତ ମହିଳା ଜଣକ ହେଲେ କମର୍ଦା ଥାନା ଅନ୍ତୋରେଇ ଗ୍ରାମର । ଶବ ଜବତ କରି ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନ ପରିସରରେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଅନ୍ତରେଇ ଗ୍ରାମର ରାଧାଶ୍ୟାମ ଧଳଙ୍କ ଝିଅ ସେହି ଗ୍ରାମରେ ବିବାହ କରିଥିଲେ । ତେବେ ସ୍ୱାମୀଙ୍କର ମୃତ୍ୟୁ ପରେ ସେ ମାନସିକ ସ୍ଥିତି ହରାଇଥିଲେ । ମଙ୍ଗଳବାର ସେ ଘରୁ ପଳେଇ ଆସି ଜଳେଶ୍ୱର ରେଳଷ୍ଟେସନରେ ବସିଥିଲେ । ଅପରାହ୍ନ ସମୟରେ ଅପ୍ ଲାଇନରେ ଆସୁଥିବା ଦୁରନ୍ତ ଏକ୍ସପ୍ରେସ ଟ୍ରେନ୍ ଆଗକୁ ଡେଇଁପଡିଛନ୍ତି । ରେଳବାଇ ପୋଲିସ ମହିଳାଙ୍କ ଶବ ଜବତ କରି ତଦନ୍ତ ଜାରି ରଖିଛି ।
You Can Read:
ବରିଷ୍ଠ କିରାଣୀ ଶେଖରଲାଲ ସାହୁ ଗିରଫ, ଜବତ ଟଙ୍କାର ଦେଇପାରିନଥିଲେ ସଠିକ୍ ସୂଚନା