୧୬ ଶହ ବୋତଲ କଫ୍ ସିରପ୍ ଜବତ, ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 17, 2024 IST

ବାରିପଦା ୧୭।୯: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସାନ ଟଙ୍ଗାଶୋଳ କଫ୍ ସିରପ୍ ଜବତ ହୋଇଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୮ରୁ ୯ଟା ମଧ୍ୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପ୍ରଶାନ୍ତ କୁମାର କହଁର କୁଳିଅଣା ଓ ବାରିପଦା ସଦର ଅବକାରୀ ବିଭାଗ ମିଳିତ ଭାବେ କୁଳିଅଣା ଥାନା ଅନ୍ତର୍ଗତ ସାନ ଟଙ୍ଗାଶୋଳ ଗ୍ରାମର ଶ୍ରବଣ କୁମାର ମାଝୀଙ୍କ ଘରେ ଚଢାଉ କରିଥିଲେ । ତେବେ ତାଙ୍କ ଘରୁ ୧୬୦୦ ବୋତଲ କୋଡେନ କୋରେକ୍ସ କଫ୍ ସିରପ୍ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ପ୍ରତି ବୋତଲରେ ୧୦୦ ମିଲି ଗ୍ରାମ ହିସାବରେ ମୋଟ୍ ୧୬୦ ଲିଟର କଫ୍ ସିରପ୍ ଥିବାର ସୂଚନା ଦେଇଛନ୍ତି । 

ସେପଟେ ଶ୍ରବଣ କୁମାର ମାଝୀ ପୂର୍ବରୁ ମଧ୍ୟ ଏହି କଫ୍ ସିରପ୍ ମାମଲାରେ ସଂପୃକ୍ତ ଥିବା ବାରିପଦା ସଦର ଅବକାରୀ ନିରୀକ୍ଷକ କହିଛନ୍ତି । ଏ ବାବଦରେ କୁଳିଅଣା ଅବକାରୀ ଥାନାରେ ୧୧୭/୨୪ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି । ତେବେ ତଦନ୍ତ ପରେ ସେ ଏତେ ମାତ୍ରାରେ କଫ୍ ସିରପ୍ କେଉଁଠାରୁ ଆଣିଥିଲା ତାହା ଜଣାପଡିବ ।

You Can Read:

ଘରୁ ଡାକି ନେଇ ମାରିଦେଲେ, ମୃତଦେହକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.