ଘରୁ ଡାକି ନେଇ ମାରିଦେଲେ, ମୃତଦେହକୁ ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 17, 2024 IST

ଦିଗପହଣ୍ଡି ୧୭।୯: ଯୁବକଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସୋମବାର ବିଳମ୍ବିତ ରାତିରେ ଘରୁ ଡ଼ାକିନେଇ ହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମର ଶିବାଶିଷ ଚୌଧୁରୀଙ୍କୁ ସୋମବାର ରାତି ୧୧ଟା ସମୟରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇ ମରଶରୀରକୁ ଦେଙ୍ଗପଦର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ବେକ କଟାଯାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସାଙ୍ଗସାଥିଙ୍କ ଉପରେ ସନ୍ଦେହ କରୁଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ସଦର ଥାନା SDPO ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

You Can Read:

ପୁଅ ଉପରକୁ ବୋମାମାଡ, ବାପାଙ୍କୁ ହାଣିଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.