ତେରମାଣପୁର ମହାନଦୀ ରିଂ ବନ୍ଧରେ ୩୦ ଫୁଟର ଘାଇ, ୩୦୦ ପରିବାର ଜଳବନ୍ଦୀ

Published By : Prameya-News7 Bureau | August 04, 2023 IST

ଜଗତସିଂହପୁର ୦୪/୦୮: ଜଗତସିଂହପୁର ଜିଲ୍ଲା ତେରମାଣପୁର ନିକଟରେ ମହାନଦୀ ରିଂ ବନ୍ଧରେ ୩୦ ଫୁଟ ଓସାରର ଘାଇ । ଫଳରେ ତେରମାଣପୁର ଓ କୋଟ ସାହି ଗାଁର ୩୦୦ ପରିବାର ଜଳବନ୍ଦୀ ହୋଇ ପଡିଛନ୍ତି । ଆଜି ଭୋର ସମୟରେ ହଠାତ ଘାଇ ସୃଷ୍ଟି ହୋଇ ଯାଇଥିଲା । ଫଳରେ ଗାଁ ଭିତରେ ପାଣି ପଶିଯିବାରୁ ଲୋକମାନେ ଘରୁ ବାହାରିବା ମଧ୍ୟ ସମ୍ଭବ ହୋଇନଥିଲା ।

ଏବେ ମଧ୍ୟ ଅନେକ ଲୋକ ଜଳ ବନ୍ଦୀ ହୋଇ ରହିଛନ୍ତି । ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଛନ୍ତି । ଗତ ବର୍ଷ ମଧ୍ୟ ଏହି ସ୍ଥାନରେ ଘାଇ ହୋଇଥିଲା । ତେବେ ଠିକ୍ ଭାବରେ ବନ୍ଧ ମରାମତି ନହେବା ଯୋଗୁ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

you can also read....

wp:embed {"url":"https://www.prameyanews7.com/baitarani-is-blooming-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/baitarani-is-blooming-in-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.