୫ ଲକ୍ଷ ମିସ୍ ମ୍ୟାଚ୍ କେସ୍‌ର ସମାଧାନ ହୋଇନି, ଆକାଉଣ୍ଟ ସହ ଆଧାର ଲିଙ୍କ୍ ପରେ ସାମିଲ ହେବେ : ପ୍ରଭାତୀ ପରିଡ଼ା

Published By : Prameya-News7 Bureau | November 23, 2024 IST

ଭୁବନେଶ୍ବର ୨୩।୧୧: ରବିବାର ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ କହିଛନ୍ତି, ୨ ଲକ୍ଷ ୬୭ ହଜାର ରିଜେକ୍ଟ ତାଲିକା ବ୍ଲକରେ ପହଞ୍ଚିଛି । ବ୍ଲକ୍ରେ ଏ ନେଇ ସମୀକ୍ଷା ସରିଛି । ପ୍ରାୟ ୨୨ ପ୍ରତିଶତ ସଂଶୋଧନ ହୋଇଯାଇଛି । ସେମାନେ ରବିବାର ମିଳିବାକୁ ଥିବା ତାଲିକାରେ ସାମିଲ ହୋଇଯିବେ । ବାକି ଯେଉଁମାନଙ୍କର ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ ନାହିଁ, ତାଙ୍କ ନାଁରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହି ବିବାଦରେ ଫିଜିକାଲ ଭେରିଫିକେସନ ହେବ । ସେମାନେ ଡିସେମ୍ବରରେ ଟଙ୍କା ପାଇବେ । ୫ ଲକ୍ଷ ମିସ୍ ମ୍ୟାଚ୍ ହେଉଥିଲା, ତାହା ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ଟଙ୍କା ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ୍ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ । ଶେଷ ହିତାଧିକାରୀଙ୍କୁ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଙ୍ଗନବାଡ଼ି, ମିଶନ ଶକ୍ତି ମା', ପିଓ ମାନେ ଗାଁକୁ ଯିବେ । ରବିବାର ସୁନ୍ଦରଗଡ଼ରୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ଦେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ଧାନ ମଣ୍ଡି ବୁଲିଲେ ରାଜସ୍ବ ମନ୍ତ୍ରୀ; ଜିଲ୍ଲାରେ କେମିତି ଚାଲିଛି ଧାନ କିଣା କଲେ ସମୀକ୍ଷା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.