ଆସନ୍ତା ୪ ବର୍ଷ ପାଇଁ ଓଡ଼ିଶା ଫୁଟବଲ୍ ସଂଘର ନୂଆ କମିଟି ଗଠିତ,ଉନ୍ନତମାନର ଷ୍ଟାଡିୟମ ପାଇଁ ଦାବି ଉଠାଇବୁ: ସଭାପତି

Published By : Prameya-News7 Bureau | July 21, 2024 IST

କଟକ ୨୧/୭: ଆସନ୍ତା ୪ ବର୍ଷ ପାଇଁ ନୂଆ କମିଟି ଗଠନ କରିଛି ଓଡ଼ିଶା ଫୁଟ୍‌ବଲ ସଂଘ । ରାଇଜିଂ ଷ୍ଟୁଡେଣ୍ଟ ସଂଘରୁ ପ୍ରତିନିଧିତ୍ବ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦେ ସଂଘର ସଭାପତି ହୋଇଛନ୍ତି । ବିନା ପ୍ରତିଯୋଗିତାରେ ଆଶୀର୍ବାଦ ବେହେରାଙ୍କୁ ପୁଣି  ସଂଘର ସଂପାଦକ ଭାବରେ ଚୟନ କରାଯାଇଛି । ଏଥିସହ ୮ଜଣ ଉପସଭାପତି,୩ ଜଣ ଯୁଗ୍ମ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ସଂଘର ସାଧାରଣ ପରିଷଦ ବୈଠକରେ ୨୦୨୪/୨୫ ପାଇଁ ସଂଘର ଫୁଟବଲ୍‌ ଖେଳ ସୂଚୀ ସଂପର୍କରେ ଆଲୋଚନା ହୋଇଥିଲା । ଚଳିତ ମାସରେ ଆରମ୍ଭ ହେବ ଫାଓ ଲିଗ୍‌ । ସେକେଣ୍ଡ ଡିଭିଜନ ଫୁଟ୍‌ବଲ ଲିଗ୍‌ରେ ୧୦ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଓ ପ୍ରଥମ ଡିଭିଜନ ଫୁଟବଲ ଲିଗ୍‌ରେ ମୋଟ୍‌ ୨୨ଟି ଦଳ ଅଂଶଗ୍ରହଣ କରିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି । ତେବେ ନୂଆ କମିଟି ଗଠନ ହେବା ପରେ ଆସନ୍ତା ଦିନ ମାନଙ୍କରେ ଯେପରି ଫୁଟବଲ୍‌କୁ ଅଧିକରୁ ଅଧିକ ପ୍ରୋତ୍ସାହନ ମିଳିବ ଓ ରାଜ୍ୟରେ ଉନ୍ନତମାନର ଫୁଟବଲ ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଉଠାଇବୁ କହିଛନ୍ତି ସଭାପତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.